ଭୁବନେଶ୍ୱର : ଘର ଡିହ ଭାଗବଣ୍ଟାକୁ ନେଇ ସାନ ଭାଇର ଛୁରା ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛି। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ରାଜେଶ ମହାପାତ୍ର ଓ ତାଙ୍କ ସାନ ଭାଇ ପ୍ରକାଶ ମହାପାତ୍ର ନୂଆପଲ୍ଲୀ ନୂଆସାହିରେ ରହନ୍ତି। ଆଜି ସକାଳେ ହଠାତ ସାନ ଭାଇ ପ୍ରକାଶ ଆସି ତାଙ୍କ ବଡ଼ ଭାଇଙ୍କୁ ଘର ଓ ଜମିବାଡ଼ି ବାଣ୍ଟିବା ପାଇଁ କହିଥିଲେ। ମା’ଙ୍କ ମୃତ୍ୟୁକୁ ମାତ୍ର ପାଞ୍ଚ ଦିନ ହୋଇଥିବାରୁ ରାଜେଶ ପ୍ରକାଶଙ୍କୁ ମା’ଙ୍କର କ୍ରିୟାକର୍ମ ଶେଷ ପର୍ଯ୍ୟନ୍ତ ରହିଯିବା ପାଇଁ କହିଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରକାଶ ତାଙ୍କ ଭାଉଜଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ। ଏ କଥାକୁ ରାଜଶେ ବିରୋଧ କରିବାରୁ ପ୍ରକାଶ ସାଙ୍ଗରେ ଆଣିଥିବା ଏକ ଛୁରି କାଢ଼ି ରାକେଶଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଲିସ ରାଜେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆଜି ଦିନ ୧୧ଟା ସମୟରେ ପ୍ରକାଶକୁ ଗିରଫ କରିଛି।
ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର
/sambad/media/post_attachments/wp-content/uploads/2018/01/SAROJ-STABING.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)