ପୁରୁଣା ଭୁବନେଶ୍ୱର : ସାନ ଭଉଣୀକୁ ନିର୍ଯାତନା ଦେବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ସ୍ଥାନୀୟ ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିବା ରୀନାରାଣୀ ସାମଲ(୨୮)କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଭିଙ୍ଗାରପୁର ଅଞ୍ଚଳର ସରିତା ନିଜ ବଡ଼ ଭଉଣୀ ରୀନା ପାଖରେ ରହି ଏକ ସରକାରୀ କଲେଜ୍ରେ ଯୁକ୍ତ ଦୁଇ ପାଠ ପଢ଼ୁଥିଲେ। ମାତ୍ର ରୀନା ତାଙ୍କୁ ବାହାରେ କାମ କରାଇବା ପାଇଁ ବାଧ୍ୟ କରିବା ସହ ରୋଷେଇରେ ଖରାପ ହେଲେ ମାଡ଼ ମାରୁଥିଲେ ବୋଲି ସରିତା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଦେହର ପ୍ରାୟ ସବୁଆଡ଼େ ନୋଳା ବସିଥିବା କଲେଜ ସାଙ୍ଗମାନଙ୍କ ସହ ଥାନାରେ କହିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ବଡ଼ ଭଉଣୀ ରୀନାରାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସାନ ଭଉଣୀକୁ ନିର୍ଯାତନା, ବଡ଼ ଗିରଫ
/sambad/media/post_attachments/wp-content/uploads/2018/01/hand-ff.jpg-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)