ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେବାକୁ ପହଞ୍ଚିଥିବା ତିନି ବୃଦ୍ଧାଙ୍କୁ ଦିଆଗଲା କୁକୁର କାମୁଡ଼ା ଇଂଜେକସନ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତିନିଜଣ ମହିଳା ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ସ୍ଥାନୀୟ କମ୍ୟୁନିଟି ହେଲଥ ସେଣ୍ଟରରେ କରୋନା ଟିକା ସ୍ଥାନରେ ଆଣ୍ଟି ରେବିଜ ଇନଜେକସନ୍ ( କୁକୁର କାମୁଡା ଇଂଜେକସନ୍) ଦିଆଯାଇଛି । ଏହି ଘଟଣା ପ୍ରଘଟ ହେବାପରେ ଜିଲ୍ଲାପାଳ ଯାଞ୍ଚ ଆଦେଶ ଦେଇଛନ୍ତି। ଏହି ଯାଞ୍ଚରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୁହାଯାଉଛି କି ନିକଟରେ, କାନ୍ଧଲା କମ୍ୟୁନିଟି ହେଲଥ ସେଣ୍ଟରକୁ ତିନିଜଣ ମହିଳା ସେମାନଙ୍କ ଆଧାର କାର୍ଡ ଧରି କରୋନା ଟିକା ନେବା ପାଇଁ ପହଞ୍ଚିଥିଲେ। ଏହି ତିନିଜଣ ମହିଳାଙ୍କ ନାମ ଅନାରକଲି (୭୨), ସରୋଜ(୭୦) ଓ ସତ୍ୟବତୀ (୬୦) ବୋଲି ଜଣାପଡ଼ିଛି।

Three women given rabies vaccine instead of COVID-19 jab in U.P. - The Hindu

ଟିକା ନେବା ପରେ ଯେତେବେଳେ ତିନିଜଣ ବୃଦ୍ଧା ହସ୍ପିଟାଲ କର୍ମଚାରୀଙ୍କୁ କହିଥିଲେ କି ଆଧାରକାର୍ଡ ଦେଖି ନିଅନ୍ତୁ, କିନ୍ତୁ ସେମାନେ କହିଥିଲେ ଆଧାରକାର୍ଡର କୌଣସି ଆବଶ୍ୟକତା ନାହିଁ। କିନ୍ତୁ କରୋନା ଟିକା ନେବାକୁ ହେଲେ ଆଧାରକାର୍ଡ ନିହାତି ଆବଶ୍ୟକ ବୋଲି ସେମାନେ ଜାଣିଥିଲେ।

ସେହି ସମୟରେ ଜଣେ ହସ୍ପିଟାଲ କର୍ମଚାରୀ କହିଥିଲେ, ଏହା କରୋନା ଟିକା ନୁହେଁ, କୁକୁର କାମୁଡ଼ିବା ଟିକା। ସାମଲି ଜିଲ୍ଲାଅଧିକାରୀଙ୍କ ପାଖରେ ଯେତେବେଳେ ଏହି ଘଟଣା ପହଞ୍ଚିଥିଲା ସେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏକ ଯାଞ୍ଚ ଟିମ ଗଠନ କରିଥିଲେ। ଏହି ଟିମ ପ୍ରଥମେ ଅଭିଯୋଗ କରିଥିବା ବୃଦ୍ଧାଙ୍କ ବୟାନ ରେକର୍ଡ କରିବ। ଏହାପରେ କମ୍ୟୁନିଟି ହେଲଥ ସେଣ୍ଟର ଯାଇ ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର