ଭୁବନେଶ୍ୱର: ସ୍ଥାନୀୟ ୟୁନିଟ-୧ ସ୍ଥିତ ପରିବା ବଜାର ନିକଟରେ ଶନିବାର ଚାଲିଥିବା ଜୁଆ ଆଡ୍ଡା ଉପରେ କ୍ୟୁଏଟି ଚଢ଼ାଉ କରି ୧୧ ଜଣକୁ ଗିରଫ କରିଛି। ଜୁଆ ଖେଳ ଉପରେ ବିଶେଷ ସୂଚନା ମିଳିବା ପରେ ଏସ୍ଆଇ ଦୀପକ ଲେଙ୍କାଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ୩୫ ହଜାର ଟଙ୍କା, ମୋବାଇଲ ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୟୁନିଟ-୧ରେ ବହୁ ଦିନରୁ ଜୁଆ ଖେଳ ଚାଲୁଥିଲା। ପୋଲିସ ପାଖରେ ସୂଚନା ଥିଲେ ମଧ୍ୟ ପୂର୍ବରୁ ଜୁଆ ଖେଳରେ ସମ୍ପୃକ୍ତ ଥିବା ଲୋକମାନେ ଖସି ପଳାଇଯାଉଥିଲେ। ପୂର୍ବରୁ ମଧ୍ୟ ୟୁନିଟ-୧ ଅଞ୍ଚଳରେ ଜୁଆ ଖେଳ ଠାବ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/bbs-1.jpg)