ଆଠବର୍ଷର ଦୁଇ ଭଉଣୀ ବାବା ଦ୍ୱାରା ହୋଇଥିଲେ ଦୁଷ୍କର୍ମର ଶିକାର, ରାମ ରହିମ ଗିରଫ ହେବା ପରେ ନିଜ ସହିତ ଘଟିଥିବା ଘଟଣାକୁ ବଖାଣିଲେ

ପାଟନା: ବିହାରର ସୁପୋଲ ଜିଲ୍ଲାରେ ପୁଲିସ ଦୁଇ ଭଉଣୀଙ୍କୁ ଯୌନ ନିର୍ଯାତନ ଦେବା ଓ ଦୁଷ୍କର୍ମ କରିବା ସହିତ ଏହାର ଭିଡିଓ ବନାଇବା ଅଭିଯୋଗରେ ଜଣେ ବାବାକୁ ଗିରଫ କରିଛି। ସୁପୋଲର ପୁଲିସ ଅଧ୍ୟକ୍ଷକ ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ବୁଧବାର କହିଛନ୍ତି, ଗିରଫ କରାଯାଇଥିବା ବାବଙ୍କ ନାମ ମନମୋହନ ସାହେବ । ସେ ନିଜକୁ କବୀର ବିଚାର ମଞ୍ଚର ଅନ୍ତଜାର୍ତୀୟ ମହନ୍ତ ବୋଲି ପରିଚୟ ଦେଉଥିଲା। ଅଭିଯୁକ୍ତ ବାବାକୁ ମଙ୍ଗଳବାର ସନ୍ଧ୍ୟାରେ ମଧୁବନି ଜିଲ୍ଲାର ଫୁଲପରାମସ୍ଥିତ କବୀର ମଞ୍ଚ ନାମରେ ଥିବା ସଙ୍ଗଠନ ଆଶ୍ରମରୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ମଧୁବନିରେ ରହୁଥିବା ପରିବାର ଗତ ୨୫ବର୍ଷ ହେବ ଲୁଧିୟାନାର କରନାଲ ସିଂହ ରୋଡରେ ରହି ବ୍ୟବସାୟ କରୁଛନ୍ତି। ଏହି ପରିବାର ସମସ୍ତ ସଦସ୍ୟ କବୀର ମଞ୍ଚ ସହିତ ଜଡ଼ିତ ଥିଲେ। ଏହି ସମୟରେ ମନମୋହନ ୨୦୧୦ରେ ପଞ୍ଚଭିଣ୍ଡା ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ସେଠାରେ ପୀଡିତାର ସମସ୍ତ ପରିବାର ସାମିଲ ହେବାକୁ ଯାଇଥିଲେ। ଏଠାରେ ମନମୋହନ ଜଣେ ନାବାଳିକା ସହିତ ଦୁଷ୍କର୍ମ କରି ତାହାର ଭିଡିଓ ବନାଇଥିଲା। ଏହି ଭିଡିଓ ଭାଇରାଲ କରି ଦେବ ବୋଲି ବି ଅନେକ ସମୟରେ ଧମକ ଦେଇ ଆସିଥିଲା। କେବଳ ଏତିକି ନୁହେଁ ୨୦୧୬ରେ ପୀଡିତା ଭଉଣୀକୁ ବି ଦୁଷ୍କର୍ମ କରି ଯୌନ ଶୋଷଣ କରିବା ଆରମ୍ଭ କରି ଦେଇଥିଲା।

ଯେତେବେଳେ ରାମ ରହିମ୍‌କୁ ଦଣ୍ଡ ମିଳିଥିଲା ସେତେବେଳେ ଛୋଟ ଭଉଣୀ ନିଜ ସହିତ ଘଟିଥିବା ଘଟଣାକୁ ବଡ଼ ଭଉଣୀକୁ କହିଥିଲା।

ଏହା ପରେ ଦୁଇଭଉଣୀ ନିଜ ସହିତ ଘଟିଥିବା ଘଟଣାକୁ ଏକ ଇ-ମେଲ୍‌ ଜରିଆରେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଜଣାଇଥିଲେ। ମହିଳା ଆୟୋଗ ସୁପୋଲ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଏହା ପରେ ଦୁଇଭଉଣୀକୁ ଡକାଇ ସେମାନଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବାବାକୁ ପୁଲିସ ଗିରଫ କରିବା ସହିତ ପାସ୍‌ପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏବେ ଦୁଇଭଉଣୀଙ୍କ ବୟସ ୧୯ ଓ ୨୦ ବର୍ଷ।

ସମ୍ବନ୍ଧିତ ଖବର