ଜନ୍ମଦିନ ପାର୍ଟିରେ ସାମିଲ ହେବା ହେଲା କାଳ: ସାଙ୍ଗର ଛୁରାମାଡ଼ରେ ଯୁବକ ମୃତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ସାଙ୍ଗମାନେ ମିଶି ଜନ୍ମଦିନ ପାର୍ଟିରେ ମଜାମସ୍ତି କରୁଥିଲେ। ସବୁକିଛି ଠିକଠାକ ଚାଲିଥିଲା। ଏହି ସମୟରେ ଦୁଇଜଣ ସାଙ୍ଗଙ୍କ ମଧ୍ୟରେ କୌଣସି ଏକ କାରଣରୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏତିକି ବେଳେ ଅନ୍ୟ ସାଙ୍ଗମାନେ ଆସି ବୁଝାସୁଝା କରିବା ପରେ ଦୁହେଁ ଶାନ୍ତ ହୋଇଥିଲେ। କିଛି ସମୟ ପରେ ଜନ୍ମଦିନ ପାର୍ଟି ଶେଷ ହୋଇଥିଲା। ଯେମିତି ପାର୍ଟି ଶେଷ ହୋଇଥିଲା ୪ଜଣ ସାଙ୍ଗମିଶି ଜଣଙ୍କୁ ହତ୍ୟା କରି ଦେଇଥିଲେ।

୨୫ ବର୍ଷୀୟ ରିଙ୍କୁ ଶର୍ମା ପରିବାର ସହିତ ବସବାସ କରନ୍ତି। ସେ ଏକ ଘରୋଇ ହସପିଟାଲରେ ଟେକନିସିୟାନ ଭାବେ କାମ କରୁଥି‌ଲେ। ତାଙ୍କ ପାଖ ଘରେ ଡ୍ୟାନିଶ ଓ ଇସଲାମ ବି ରୁହନ୍ତି। ନିକଟ‌ରେ ରିଙ୍କୁ ତାଙ୍କର ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିକୁ ଯାଇଥିଲେ। ସେଠାରେ ଡ୍ୟାନିଶ ଓ ଇସଲାମ ବି ଥିଲେ।

Image result for delhi-birthday-party-friend-debate-assault-knife-murder

ତେବେ ଏହି ଜନ୍ମଦିନ ପାର୍ଟିରେ କୌଣସି ଏକ କାରଣକୁ ନେଇ ଜାହିଦ, ମେହେତାବ, ଡ୍ୟାନିଶ, ଇସଲାମ ସହିତ ରିଙ୍କୁଙ୍କ ଝଗଡ଼ା ଲାଗିଥିଲା। ପରେ ଅନ୍ୟ ସାଙ୍ଗମାନେ ବୁଝାସୁଝା କରିବା ପରେ ସମସ୍ତେ ଶାନ୍ତ ପଡ଼ିଥି‌ଲେ। ଯେମିତି ହିଁ ଜନ୍ମଦିନ ପାର୍ଟି ସରିଲା ରିଙ୍କୁ ଘରକୁ ବାହାରିଥିଲେ। ସେ ଘର ନିକଟରେ ପହଞ୍ଚିବା ବେଳକୁ ୪ ଜଣ ସାଙ୍ଗ ଜାହିଦ, ମେହେତାବ, ଡ୍ୟାନିଶ, ଇସଲାମ ସେଠାରେ ପହଞ୍ଚି ତାଙ୍କୁ ପଛରୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। ପରେ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ପୁଲିସ ଏହି ଘଟଣାଇରେ ଚାରି ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ଗିରଫ ଅଭଯୁକ୍ତଙ୍କ ନାମ ଜାହିଦ, ମେହେତାବ, ଡ୍ୟାନିଶ, ଇସଲାମ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର