ମୁମ୍ବାଇ ଓଭରବ୍ରିଜ ଦଳାଚକଟା ଘଟଣା: ମୃତା ମହିଳାଙ୍କ ସହିତ ଅସଦାଚରଣ

ମୁମ୍ବାଇ: ମୁମ୍ବାଇରେ ଏଲଫିନଷ୍ଟୋନ୍‌ ରେଳବାଇ ଫୁଟ ଓଭରବ୍ରିଜରେ ଦଳାଚକଟା ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ସହ ୩୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ଏହି ସମୟରେ ଏକ ଲଜ୍ଜାଜନକ ପରିସ୍ଥିତିର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏହି ଫଟୋ ଓ ଭିଡିଓରେ ଏଭଳି ଲୋକଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ରେଳବାଇ ଫୁଟ ଓଭରବ୍ରିଜରେ ଦଳାଚକଟାରେ ଆହତ ଲୋକମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି।  କେତେକ ଅସାମାଜିକ ଲୋକ ସେଠାରେ ପୀଡ଼ିତ ଯାତ୍ରୀଙ୍କ ଠାରୁ ଟଙ୍କା ଓ ଅଳଙ୍କାର ଲୁଟି ନେବାର ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ, ଜଣେ ମହିଳା ଫୁଟଓ୍ଵୟାରେ ବି୍ରଜରେ ଫସି ଯାଇଥିବା  ସମୟରେ ସେଠାରେ ଛିଡା ହୋଇଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲା। ପୀଡିତା ମହିଳାଙ୍କ ସହିତ ଏହି ବ୍ୟକ୍ତି ଯେତେବେଳେ ଅସଦାଚଣ କରୁଥିଲେ ମହିଳା ଜଣକ ସେତେବେଳେ ଶେଷ ନିଶ୍ୱାସ ନେଉଥିଲେ। କିଛି ସମୟ ପରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ଭିଡିଓକୁ ଦେଖି ଘଟଣାର ଯାଞ୍ଚ କରିବା ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର