ନୂଆଦିଲ୍ଲୀ: ଆପଣ ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହିତ କୌଣସି ରେସ୍ତୋରାଁକୁ ଖାଦ୍ୟ ଖାଇବାକୁ ଯାଉଛନ୍ତି ତେବେ ଟିକେ ସତର୍କ ହୋଇ ଯାଆନ୍ତୁ। କାରଣ ଆପଣଙ୍କ ସହିତ ବି କିଛି ଏମିତି ଘଟଣା ଘଟିପାରେ। ଉଟାହର ରେଚରିଟୋ ମେକ୍ସିକାନ ଫୁଡ ରେସ୍ତୋରାଁରୁ ନିକଟରେ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ରୋସ୍ତୋରାଁରେ ତାଲା ପକାଇ ଦିଆଯାଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ରେସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀ ରେସ୍ତୋରାଁର ରୋଷେଇ ଘରେ ପରିଶ୍ରା କରୁଥିବା ସମୟରେ ଧରାପଡ଼ିଛନ୍ତି। କର୍ମଚାରୀଙ୍କ ଏଭଳି କାମ ଯୋଗୁଁ ରେସ୍ତୋରାଁକୁ ବନ୍ଦ କରି ଦିଆଯାଇଛି। କିଛିଦିନ ତଳେ ରୋବର୍ଟ ତଲିଭାକୋଲା ନାମକ ଜଣେ ବ୍ୟକ୍ତି ରୋସ୍ତୋରାଁକୁ ଖାଇବାକୁ ଆସିଥିଲେ।
VT.coଏହି ସମୟରେ ରୋସ୍ତୋରାଁ ରୋଷେଇ ଘରେ କର୍ମଚାରୀଙ୍କୁ ପରିଶ୍ରା କରୁଥିବା ସେ ଦେଖି ନେଇଥିଲେ। ଏବଂ ଏହି ଦୃଶ୍ୟକୁ ସେ ନିଜର କ୍ୟାମେରାରେ କୈଦ କରି ନେଇଥିଲେ। ଯାହାପରେ ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Utah-restaurant-employee-filmed-urinating-in-kitchen.jpg)