ନାବାଳିକା ସହ ନିର୍ବନ୍ଧ କରୁଥିବାରୁ ରୋକିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ, ରାଗରେ ପୀଡ଼ିତାଙ୍କ ଗଳା କାଟିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ନାବାଳିକା ସହ ନିର୍ବନ୍ଧ କରୁଥିବାରୁ ରୋକିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ରାଗରେ ପୀଡ଼ିତାଙ୍କ ଗଳା କାଟିଲା ଅଭିଯୁକ୍ତ। କର୍ଣ୍ଣାଟକର ମଡିକେରୀରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ପୀଡ଼ିତାଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର ଥିବା ବେଳେ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ। ଅଭିଯୁକ୍ତର ନାମ ପ୍ରକାଶ(୩୨) ବୋଲି ଚିହ୍ନଟ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଦଶମ ପରୀକ୍ଷା ସରିବା ପରେ ୧୫ବର୍ଷୀୟ ପୀଡ଼ିତାଙ୍କ ବିବାହ ସ୍ଥିର କରିଥିଲେ ପରିବାର ଲୋକେ। ଗୁରୁବାର ନିର୍ବନ୍ଧ ଥିବା ବେଳେ ଖବର ପାଇ ପହଞ୍ଚିଥିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ। କନ୍ୟା ନାବାଳିକା ବୋଲି ପ୍ରମାଣ ହେବାରୁ ନିର୍ବନ୍ଧ ହୋଇପାରିବ ନାହିଁ ବୋଲି କହିଥିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧିକାରୀ। ନିର୍ବନ୍ଧ ଭାଙ୍ଗିବାରୁ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ। ଏହାର କିଛି ଘଣ୍ଟା ପରେ ପ୍ରକାଶ ପୀଡ଼ିତାଙ୍କ ଘରକୁ ଆସି ତାଙ୍କ ମାତାପିତାଙ୍କୁ ମାଡ଼ ମାରିଥିଲା ଏବଂ ପୀଡ଼ିତାଙ୍କୁ ଘର ବାହାରକୁ ନେଇ ତାଙ୍କ ଗଳା କାଟି ଦେଇଥିଲେ। ଏଭଳି ଅପରାଧ କରିବା ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପୁଲିସ ଏବେ ଏତଲା ରୁଜୁ କରି ତଦନ୍ତ କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର