ଭୁବନେଶ୍ୱର: ବିବାହର ୧୦ ବର୍ଷ ପରେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଓ ମାଡ଼ ମାରି ଲହୁଲୁହାଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଇଞ୍ଜିନିୟର ସ୍ବାମୀ। ଘଟଣା ନୟାପଲ୍ଲୀ ଥାନା ଅଧୀନରେ ଘଟିଛି। ଅଭିଯୁକ୍ତ ସ୍ବାମୀ ହେଉଛନ୍ତି ଆଇଆରସି ଭିଲେଜ୍ ଜ୍ୟୋତି ବିହାରର ଶାରଦା ପ୍ରସନ୍ନ ମହାନ୍ତି। ପତ୍ନୀ ଶ୍ବେତାପଦ୍ମାଙ୍କ ଅଭିଯୋଗ ପରେ ସେ ଗିରଫ ହୋଇଛନ୍ତି। ତାଙ୍କର ୯ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ୧୦ ବର୍ଷ ତଳେ ବିବାହ ହୋଇଥିଲା। ବିବାହ ପରେ କିଛି ବର୍ଷ ଭଲରେ କଟିବା ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ସ୍ବାମୀ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ। କିଛି ମାସ ହେଲା ନିର୍ଯାତନାର ପରିମାଣ ବଢ଼ି ଯାଇଥିଲା। ଗତକାଲି ଶାରଦା ମାଡ଼ ମାରି ଶ୍ବେତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଶ୍ବେତାଙ୍କ ଅଭିାଯୋଗ କ୍ରମେ ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଶାରଦାଙ୍କୁ ଗିରଫ କରିଛି। ଇଞ୍ଜିନିୟର ପଢ଼ିବା ପରେ ଶାରଦା ନିଜର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ।
ଯୌତୁକ ନିର୍ଯାତନା, ବନ୍ଧା ହେଲେ ଇଞ୍ଜିନିୟର ସ୍ବାମୀ
/sambad/media/post_attachments/wp-content/uploads/2019/03/arrested.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)