ଲାଞ୍ଚ ନେଇ ଯନ୍ତ୍ରୀ ଗିରଫ

କୋଲାବିରା : କୋଲାବିରା ବ୍ଲକ୍‌ରେ କାର୍ଯ୍ୟରତ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ପଟେଲଙ୍କୁ ଗୁରୁବାର ସକାଳେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ବିଲ୍ ପାସ୍ କରାଇ ଦେବାକୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ଶ୍ରୀ ପଟେଲ ଝିର୍ଲାପାଲି ଗାଁର ନରେଶ ରାଓଙ୍କଠାରୁ ୨୦୦୦ ଟଙ୍କା ଦାବି କରିଥିଲେ। ଶ୍ରୀ ରାଓ ଝାରସୁଗୁଡ଼ା ଭିଜିଲାନ୍‌ସରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଫଳରେ ‌ଯୋଜନା ପ୍ରସ୍ତୁତ ହୋଇଥିଲା। ହିତାଧିକାରୀ ଗୁରୁବାର ସକାଳ ୧୦ଟା ୧୫ ମିନିଟ୍‌ରେ ୨ ହଜାର ଟଙ୍କା ଯନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ଦେଉଥିବା ସମୟରେ ଭିଜିଲାନ୍‌ସ ସ୍କ୍ବାଡ୍ ଧରିଥିଲେ। ଯନ୍ତ୍ରୀଙ୍କଠାରେ ପ୍ରଲେପ ଦିଆ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର