ଲୁଟ୍‌ ଅଭିଯୋଗରେ ଇଂଜିନିୟରିଂ ଛାତ୍ର ଗିରଫ

ଚନ୍ଦ୍ରଶେଖରପୁର: ହଷ୍ଟେଲ ଝରକା ଗ୍ରିଲ୍‌ କାଟି ଲୁଟ୍‌ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରଜଣଙ୍କ ହେଲେ, ଅଜୟ ମହାକୁଡ଼(୨୩)। ସ୍ଥାନୀୟ ଏକ ଇଂଜିନିୟରିଂ କଲେଜରେ ଗତବର୍ଷ ନାମ ଲେଖାଇ ଶାଶ୍ବତ ବିହାରରେ ମେସ୍‌ କରି ରହୁଥିଲେ। ଗତ ସପ୍ତାହରେ ସେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ହଷ୍ଟେଲର ଝରକା ଗ୍ରିଲ୍ କାଟି ଆଶିଷ ଗୁପ୍ତା ନାମକ ଜଣେ ଛାତ୍ରଙ୍କ ଲାପଟପ୍, ଦାମୀ ମୋବାଇଲ୍ ଓ ନଗଦ ଟଙ୍କା ଲୁଟ୍ କରି ଫେରାର୍‌ ହୋଇଯାଇଥିଲେ। ପାଖରେ ଥିବା ସିସିଟିଭି ଫୁଟେଜ୍‌‌ରେ କଏଦ୍‌ ହୋଇଥିବା ଲୁଟ୍‌ ବେଳର ଦୃଶ୍ୟକୁ ଆଧାର କରି ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର