ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ପୁରୁଣାଫାଣ୍ଡି ଛକ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରୁଥିବା ଜଣେ ଏଟିଏମ୍ ଲୁଟେରାକୁ ଆଜି ଜଣେ ଇଂଜିନିୟରିଂ ଛାତ୍ର କାବୁ କରିବାରେ ସକ୍ଷମ ହୋଇଛନ୍ତି। ଏହି ଲୁଟ୍ର ଶିକାର ହୋଇଥିବା ବିଟେକ୍ ପ୍ରଥମ ବର୍ଷର ଛାତ୍ର ଜଣକ ହେଲେ ସ୍ଥାନୀୟ ବଡ଼ ଭୋଇସାହିରେ ରହୁଥିବା ଅଭିଷେକ ସ୍ୱାଇଁ। ଅଭିଷେକ୍ ଆଜି ଅପରାହ୍ଣ ଗୋଟାଏରେ ପୁରୁଣାଫାଣ୍ଡି ଛକ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୬ ହଜାର ଟଙ୍କା ଉଠାଇଥିଲେ। ସେଠାରେ ଥିବା ଲୁଟେରା ଜଣକ ତାଙ୍କୁ ଆଧାର ନମ୍ବର ଲିଙ୍କ୍ କରିବା କଥା କହିବା ସହ ମିନିଷ୍ଟେଟ୍ମେଣ୍ଟ ଯାଞ୍ଚ କରିବା ପାଇଁ କହିଥିଲେ। ଅଭିଷେକ୍ ସେଠାରୁ ପଳାଇଯିବା ପରେ ତାଙ୍କ ଏଟିଏମ୍ କାର୍ଡ଼ ଭର୍ତ୍ତି କରି ଟଙ୍କା ଲୁଟି ନେଇ ପଳାଇଥିଲେ। ଆକାଉଣ୍ଟରୁ ଦ୍ୱିତୀୟ ଥର ୨୦ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ତାଙ୍କ ମୋବାଇଲ୍କୁ ମେସେଜ୍ ଯାଇଥିଲା। ମେସେଜ୍ ଦେଖି ଅଭିଷେକ ବାଇକ୍ ନେଇ ସେଠାରୁ ଖସିପଳାଉଥିବା ଏହି ଲୁଟେରାର ପିଛା କରିଥିଲେ। ତାକୁ ଲୁଇସ୍ ରୋଡ୍ରେ ଧରିବାରେ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ ଗତକାଲି ଅନୁରୂପ ଭାବେ ବ୍ୟାଙ୍କ ନିକଟରେ ଥିବା ଏଟିଏମ୍ରୁ ଉକ୍ତ ଲୁଟେରା ବେତନାସିଆର ଜଣେ ମହିଳାଙ୍କ ନିକଟରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲା। ହେଲେ ଆଜି ପୁଣି ସେ ଏଟିଏମ୍ ଲୁଟିବାକୁ ଉଦ୍ୟମ କରି ସଂପୃକ୍ତ ଇଂଜିନିୟରିଂ କଲେଜର ଛାତ୍ରଙ୍କ ହାତରେ ଧରାପଡ଼ି ଯାଇଥିଲେ ।
ଏଟିଏମ୍ ଲୁଟେରାକୁ କାବୁ କଲେ ଇଂଜିନିୟରିଂ ଛାତ୍ର
/sambad/media/post_attachments/wp-content/uploads/2018/01/atm-cartoons.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)