ରାଜଧାନୀର ଭଡ଼ାଘରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା, ପୁରୁଷ ବନ୍ଧୁ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଭଡ଼ା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।  ଇଫୋସିଟି ଥାନା ପୁଲିସ ଯୁବତୀ ରହୁଥିବା ଭଡ଼ା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଜବତ କରିଛି। ମୃତ ଯୁବତୀ ଜଣଙ୍କ ଇଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ବେଳେ ମୃତା ଇଞ୍ଜିନିୟରିଂ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଆତ୍ମହତ୍ୟା କରୁଥିବା ସମୟରେ ଇଫୋସିଟି ଅଞ୍ଚଳର ଏକ ଆପାର୍ଟମେଣ୍ଟ ଆଗରେ ଚିତ୍କାର କରୁଥିଲେ ତାଙ୍କର ପୁରୁଷ ବନ୍ଧୁ। ଜାଣିବାକୁ ମିଳିଛି ଯେ, ପୁରୁଷ ବନ୍ଧୁଙ୍କ ସହ ମୋବାଇଲ୍‌ ଫୋନ୍‌ରେ କିଛି ସମୟର ବଚସା ପରେ ତାଙ୍କ ରୁମକୁ ଭିତର ପଟୁ ବନ୍ଦ କରି ଦେଇଥିଲେ। ଏହା ପରେ ସେ ତାଙ୍କ ରୁମ ଭିତରେ ନିଜ ଓଢ଼ଣୀକୁ ଫାଶୀ ଭାବେ ବ୍ୟବହାର କରି ସେଥିରେ ଝୁଲିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ଆପାର୍ଟମେଣ୍ଟର ମାଲିକ। ଏବଂ ସେ ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପ୍ରେମ ବ୍ୟାପାରକୁ ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର