ହାଇଦ୍ରାବାଦ୍: ଜନ୍ମଦିନରେ ଲିଭିଯାଇଛି ଯୁୁବତୀଙ୍କ ଜୀବନ ଦୀପ। ଭଗବାନଙ୍କ ଆର୍ଶୀବାଦ ନେଇ ଜୀବନର ଆଉ ଏକ ବର୍ଷ ଆରମ୍ଭ କରିବାକୁ ଯାଉଥିବା ବେଳେ ମଣିଷ ରୂପୀ ରାକ୍ଷାସ ପୀଡ଼ିତାଙ୍କ ସବୁ ସ୍ବପ୍ନକୁ ଉଜାଡ଼ି ଦେଇଛି। ବୁଧବାର ନିିଜ ଜନ୍ମଦିନ ଅବସରରେ ପୀଡ଼ିତା ମନ୍ଦିିର ବାହାରିଥିବା ବେଳେ ତାଙ୍କ ସହ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

Related image

kalerkantho.comସୂଚନା ମୁତାବକ, ପୀଡ଼ିତାଙ୍କର ବୁଧବାର ଜନ୍ମଦିନ ଥିବାରୁ ସକାଳୁ ସକାଳୁ ମନ୍ଦିରକୁ ପୂଜା କରିବା ପାଇଁ ବାହାରିଥିଲେ। କିଛି ଘଣ୍ଟା ବିତିଯିବା ପରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବା ପରେ ପୁଲିସରେ ନିଖୋଜ ରିପୋର୍ଟ ଲେଖାଇଥିଲେ। ଅଭିଯୋଗ ପାଇ ପୁଲିସ ତଦନ୍ତ କରିବା ପରେ ବୁଧବାର ମଧ୍ୟରାତ୍ରରେ ପୀଡ଼ିତାଙ୍କ ମୃତଦେହ ମିଳିଥିଲା। ଶବକୁ ଜବତ କରି ଏବେ ବ୍ୟବଚ୍ଛେଦ ପାଇଁଁ ପଠାଯାଇଥିବା ବେଳେ ମୃତଦେହ ଦେଖି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଆଶଙ୍କା କରୁଛି ପୁଲିସ।