୨ କୋଟି ଟଙ୍କା ଋଣ ଠକେଇ ମାମଲାରେ ଜଣକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭୁବନେଶ୍ୱର ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ଠକେଇ ମାମଲାରେ ମଙ୍ଗଳବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପିପିଲି ଶାଖାର ଆଂଚଳିକ ପ୍ରବନ୍ଧକ ଦେବଦତ୍ତ ନନ୍ଦଙ୍କ ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲାର କୋଣାର୍କ ଥାନା ଅନ୍ତର୍ଗତ ଭଗାରୋଗଡ଼ି ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ (୪୩)କୁ ଇଓଡବ୍ଲ୍ୟୁ ଆଜି ଗିରଫ କରିଛି।

ଅଭିଯୋଗ ଅନୁସାରେ ବିଜୟ କୁମାର ପ୍ରଧାନ ନିଜର ଜଣେ ସଂପର୍କିୟଙ୍କ ସହିତ ମିଛ ପ୍ରମାଣପତ୍ର ଦେଇ ଟାଟା ଭାରି ଯାନ ଓ ଏକ ସ୍କର୍ପିଓ କିଣିବା ପାଇଁ ବ୍ୟାଙ୍କରୁ ୨.୦୨ କୋଟି ଟଙ୍କା ଋଣ ନେଇଥିଲେ। ତା’ ପରେ ସେମାନେ ଋଣ ନେଇଥିବା ଟଙ୍କାରେ କୌଣସି ବାହନ କିଣି ନଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଋଣ ଠକେଇ ମାମଲାରେ ଅଭିଯୁକ୍ତ ବିଜୟ କୁମାର ପ୍ରଧାନ, ତାଙ୍କର ଭାଇ ବିକ୍ରମ କେଶରୀ ପ୍ରଧାନ, ଜଣେ ସଂପର୍କୀୟ ରାଜଲକ୍ଷ୍ମୀ ପ୍ରଧାନ ଓ ମଦନ ମୋହନ ପ୍ରଧାନଙ୍କର ମଧ୍ୟ ସଂପୃକ୍ତି ଅଛି।

ସମ୍ବନ୍ଧିତ ଖବର