ଅନ୍ତିମ ସଂସ୍କାରକୁ ଆଉ କିଛି ସମୟ ବାକିଥିବା ବେଳେ ଜିଇଁ ଉଠିିଲେ ମୃତଯୁବକ, ତା’ପରେ…

କଲବୁର୍ଗି: ଜନ୍ମ ଓ ମୃତ୍ୟୁ ସବୁ ଭଗବାନଙ୍କ ହାତର ଖେଳ। ସିଏ ନଚାହିଁଲା ଯାଏ ଏହି ଧରାପୃଷ୍ଠରେ ନାକେହି ଜନ୍ମ ନେଇ ପାରିବେ ନା’ କାହାରି ମୃତ୍ୟୁ ହୋଇପାରିବ। ତେବେ ଡାକ୍ତର ମୃତ ବୋଲି ଘୋଷଣା କରି ସାରିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ଜିଇଁ ଉଠିଥିବା କଥା ଆମେ ପୂର୍ବରୁ ଶୁଣିବାକୁ ପାଇଛୁ। ନିକଟରେ କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରକୁ ଆଉ କିଛି ସମୟ ଥିବା ବେଳେ ସେ ଜିଇଁ ଉଠିଥିଲେ। ଏବେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ଇଶ୍ୱର ପାଭାଦେ ନାମକ ଜଣେ ୩୫ବର୍ଷୀୟ ବ୍ୟକ୍ତିଙ୍କ ଚିକିତ୍ସା ମୁମ୍ବାଇ ହସ୍‌ପିଟାଲରେ ଚାଲୁଥିଲା। ଇଶ୍ୱର ମହାରାଷ୍ଟ୍ରର ସୋଲାପୁରରେ ରହି କାମ କରୁଥିଲେ। କିଛିଦିନ ହେବ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା ତେଣୁ ସେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଚାଲିଥିବା ସମୟରେ ବୁଧବାର ଡାକ୍ତର ଇଶ୍ୱରଙ୍କୁ ମୃତ ବୋଲି ଘୋଷଣା କରି ମୃତଦେହକୁ ପରିବାରଲୋକଙ୍କୁ ଦେଇ ଦେଇଥିଲେ। ଏହାପରେ ଇଶ୍ୱରଙ୍କ ପରିବାରଲୋକଙ୍କ ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇ ଶୋକକୂଳ ବାତାବରଣ ସୃଷ୍ଟି ହୋଇଥିଲା। ମନକୁ ଦୃଢ଼ କରି ଇଶ୍ୱରଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ପରିବାରଲୋକ। ଇଶ୍ୱରଙ୍କ ଶବକୁ କୋକେଇରେ ବନ୍ଧା ସରିଥିଲା। ଏହି ସମୟରେ ଶବକୁ ଛାତିରେ ଜାବୁଡ଼ି ଧରି ପରିବାରଲୋକେ କାନ୍ଦୁ ଥିବା ସମୟରେ ଇଶ୍ୱରଙ୍କ ନିଶ୍ୱାସ ଚାଲୁଥିବା ସେମାନେ ଅନୁଭବ କରିଥିଲେ। ସମୟ ବିଳମ୍ବ ନକରି ସେମାନେ ଇଶ୍ୱରଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଏବେ ଇଶ୍ୱରଙ୍କ ଚିକିତ୍ସା ଡାକ୍ତଖାନାରେ ଜାରି ରହିଛି। ଏହାକୁ ଦେଖି ଇଶ୍ୱରଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

ଅନ୍ୟ ପକ୍ଷରେ ଇଶ୍ୱରଙ୍କ ପରିବାର ସୋଲାପୁର ହସ୍‌ପିଟାଲ ଡାକ୍ତରଙ୍କ ଅବହେଲା ହେତୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର