ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକକୁ କୋଳରେ ଧରି ସାହାଯ୍ୟ ଭିକ୍ଷା ମାଗୁଥିଲା ପ୍ରେମିକା, ଲୋକମାନେ ହସିହସି ବନାଉଥିଲେ ଭିଡିଓ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଇଟାଓ୍ଵା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପ୍ରେମିକା ନିଜ କୋଳରେ ପ୍ରେମିକର ମଥା ରଖି ସାହାଯ୍ୟ ଭିକ୍ଷା ମାଗୁଥିଲା। କିନ୍ତୁ ଲୋକମାନେ ସାହାଯ୍ୟ କରିବା ତ ଦୂରର କଥା, ଅଣଦେଖା କରି ଘଟଣାସ୍ଥଳରୁ ଚାଲି ଯାଉଥିଲେ। ଆଉ କେହି ତ ଘଟଣାର ଦୃଶ୍ୟ ଦେଖି ହସୁଥିଲେ ଏବଂ ଅମାନୁଷିକ ଭାବେ ଭିଡିଓ ପ୍ରସ୍ତୁତ କରୁଥିଲେ।

ଏଇ ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଥିଲେ। କିନ୍ତୁ ଯୁବକ ଓ ଯୁବତୀଙ୍କ ପରିବାରକୁ ଏମାନଙ୍କ ସମ୍ପର୍କ ପସନ୍ଦ ନଥିଲା। ଯୁବକ ଭାରତୀୟ ସେନାର ଜଣେ ଯବାନ ଥିଲେ। ବହୁ ଚେଷ୍ଟା ପରେ ବି ସେମାନେ ନିଜ ପରିବାରଲୋକଙ୍କୁ ବୁଝାଇ ପାରି ନଥିଲେ। ଶେଷରେ ହତାସ ହୋଇ ଯବାନ ପ୍ରଥମେ ପ୍ରେମିକା ଓ ପରେ ନିଜ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବାଜିବା ପରେ ପ୍ରେମିକା ଲହୁ ଲୁହାଣ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲା। ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ଭିକ୍ଷା କରୁଥିଲା। ନିଜର ପ୍ରେମିକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା।

କିଛି ସମୟ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ବେଳେ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧିତ ଖବର