ନପୁଂସକ କରିବା ପାଇଁ ଅପହରଣ କରି ଜୋର ଜବରଦସ୍ତ ୫ ଜଣ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଲେ କିନ୍ନର

ନୂଆଦିଲ୍ଳୀ: ଅଫିସରୁ ଫେରୁଥିବା ଜଣେ ଯୁବକଙ୍କୁ କେତେକ କିନ୍ନର ଅପହରଣ କରି ନେଇ ତାଙ୍କ ଗୁପ୍ତାଙ୍ଗକୁ କାଟି ନପୁଂସକ କରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଜଣେ କିନ୍ନରଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଅନ୍ୟ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି।ଟ୍ରାଫିକ ପୋଷ୍ଟରେ ଲୋକଙ୍କ ଠାରୁ ଟଙ୍କା ଆଦାୟ ପାଇଁ ନିଜ ସଙ୍ଗଠନର ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଏହି କିନ୍ନର ଗୋଷ୍ଠୀ ନିର୍ବିଚାର ଭାବେ ଯେ କୌଣସି ଯୁବକଙ୍କୁ ଅପହରଣ କରି ତାଙ୍କ ଗୁପ୍ତାଙ୍ଗ କାଟି ଦେଉଥିବା ଗିରଫ କିନ୍ନର ଜଣକ ସ୍ୱୀକାର କରିଛନ୍ତି।


କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି,ବିଜ୍‌ଲୀ ନାମକ ଜଣେ କିନ୍ନରଙ୍କ ନେତୃତ୍ୱରେ କେତେକ କିନ୍ନର ଲୋନି ଅଞ୍ଚଳରେ ଏକ ଘରେ ରୁହନ୍ତି। ସେମାନେ ବିଭିନ୍ନ ଯୌନ ଆବେଦନ ଅଙ୍ଗଭଙ୍ଗୀ କରି ଯୁବକମାନଙ୍କୁ ଆକର୍ଷିତ କରି ସେମାନଙ୍କ ଘରକୁ ନେଇ ଆସନ୍ତି। ପରେ ସେହି ଯୁବକଙ୍କୁ କିନ୍ନର ଗୋଷ୍ଠୀରେ ସାମିଲ ହେବା ପାଇଁ ବାଧ୍ୟ କରନ୍ତି। ଏଥିପାଇଁ ସେମାନେ ସମ୍ପୃକ୍ତ ଯୁବକଙ୍କୁ ନିଜ ଗୁପ୍ତାଙ୍ଗ ଛେଦନ ପାଇଁ କହିଥାନ୍ତି। ମାତ୍ର ଯେଉଁ ଯୁବକ ଏଥିରେ ରାଜି ନ ହୁଅନ୍ତି, ସେମାନେ ଜୋର ଜବରଦସ୍ତ ଯୁବକଙ୍କ ଯୌନାଙ୍ଗ କାଟି ତାଙ୍କୁ ନପୁଂସକ କରି ଦେଇଥାନ୍ତି। କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓଙ୍କ ଠାରୁ ପ୍ରକାଶ ଯେ, ନିକଟରେ ଜଣେ ଯୁବକ ନିଜ ଅଫିସରୁ ଘରକୁ ଫେରୁଥିବା ବେଳେ ବିଜ୍‌ଲୀ ଗୋଷ୍ଠୀଙ୍କ ହାବୁଡ଼ରେ ପଡିଥିଲେ। ସେମାନେ ଜୋର ଜବରଦସ୍ତ ଯୁବକଙ୍କୁ ଅପହରଣ କରିନେଇ ତାଙ୍କ ଗୁପ୍ତାଙ୍ଗ କାଟିଦେବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ। ଏ ନେଇ ଦିଲ୍ଲୀର ଖଜୁରୀ ଖସ ଥାନାର ଏକ ମାମଲା ରୁଜୁ କରାଯାଇଛି। କିନ୍ନରମାନଙ୍କ ନୃଶଂସ କାର୍ଯ୍ୟର ଶିକାର ହୋଇଥିବା ଯୁବକ ଜଣକ କହିଛନ୍ତି ଯେ ଏହି ଗୋଷ୍ଠୀ ସମାନ୍‌ ଢଙ୍ଗରେ ଅନ୍ୟ ୪ ଜଣ ଯୁବକଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଛନ୍ତି। ପୁଲିସ ଅନ୍ୟ ୪ ଜଣ ପୀଡ଼ିତଙ୍କୁ ଖୋଜୁଛି ବୋଲି ଡିସିପି ରାଜେଶ ଦେଓ କହିଛନ୍ତି।

ଶ୍ରୀ ଦେଓ କହିଛନ୍ତି ଯେ ବିଜଲୀଙ୍କୁ  ଗିରଫ କରିବା ପରେ ସେ କହିଛି ଯେ ଟ୍ରାଫିକ୍‌ ସିଗ୍‌ନାଲ ପାଖରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କ ଗ୍ରୁପ୍‌ର ସଦସ୍ୟ ସଂଖ୍ୟା ବଢ଼ାଇବା ପାଇଁ ସେ ଏପରି ଭାବେ ଯୁବକମାନଙ୍କୁ ନଂପୁସକ କରିବା ପାଇଁ ଉଦ୍ୟମ କରିଛନ୍ତି। ସେ କୌଣସି ନିର୍ଦ୍ଦଷ୍ଟ ଯୁବକଙ୍କୁ ଟାର୍ଗେଟ କରି ନ ଥାନ୍ତି। ଯେଉଁ ଦିନ ଯିଏ ମିଳିଲା ତାଙ୍କୁ ଅପହରଣ କରି ନେଇ ସେମାନେ ଏପରି କାଣ୍ଡ କରିଥାନ୍ତି ବୋଲି ବିଜଲୀ ପୁଲିସ ନିକଟରେ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର