ମାନବିକତାର ସବୁ ସୀମା ଟପିଲା ଦାଦା, ହେରୋଇନ୍‌ ଦେଇ ଝିଆରୀ ସହ ଦୁଷ୍କର୍ମ କରିବା ସହ ସାଙ୍ଗମାନଙ୍କ ଦ୍ୱାରା କରାଇଲା ଦୁଷ୍କର୍ମ

ହୋସିଆରପୁର: ପଞ୍ଜାବର ହୋସିଆରପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା । ଦାଦା ହୋଇ ଝିଆରୀ ସହ ଦୁଷ୍କର୍ମ ଏବଂ ଘଟଣାର ଅଶ୍ଲୀଳ ଭିଡ଼ିଓ ତିଆରି କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗମାନଙ୍କୁ ଡ଼ାକି ଦୁଷ୍କର୍ମ କରାଇବା ଖବର ସମସ୍ତଙ୍କୁ ତଟସ୍ଥ କରିଦେଇଛି। ଏ ନେଇ ପୀଡ଼ିତା ଏବେ ଲିଖିତ ଅଭିଯୋଗ ଦେଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ୨୦୧୬ରେ ପୀଡ଼ିତାଙ୍କ ମୁଣ୍ଡ ବିନ୍ଧା ହେବାରୁ ପୀଡ଼ିତା ନିଜ ଦାଦା ରାଜେଶ କୁମାରଙ୍କୁ ମୁଣ୍ଡ ବିନ୍ଧା ବିଷୟରେ ଜଣାଇଥିଲେ । ରାଜେଶ ମୁଣ୍ଡ ବିନ୍ଧାର ଔଷଧ ଦେବା ପରିବର୍ତ୍ତେ ପାଣିରେ ହେରୋଇନ୍‌ ମିଶାଇ ପୀଡ଼ିତାଙ୍କ ନାକରେ ପକାଇଥିଲେ । ପରେ ଯେତେବେଳେ ପୀଡ଼ିତାଙ୍କ ମୁଣ୍ଡ ବିନ୍ଧା ହେଉଥିଲା ରାଜେଶ ତାଙ୍କୁ ହେରୋଇନ୍‌ ଦେବା ଆରମ୍ଭ କରିଥିଲେ । ଧିରେ ଧିରେ ହେରୋଇନ୍‌ ନେବା ପୀଡ଼ିତାଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । କିନ୍ତୁ ପୀଡ଼ିତା ହେରୋଇନ୍‌ ନେଉଛନ୍ତି ବୋଲି ତାଙ୍କୁ ଜଣା ନଥିଲା । ହେରୋଇନ୍‌ ନ ନେଲେ ପୀଡ଼ିତା ଥକାପଣ ଅନୁଭବ କରିବା ସହ କୌଣସି କାମ କରିବାକୁ ଇଚ୍ଛା କରୁ ନଥିଲେ । ଯେତେବେଳେ ସେ ହେରୋଇନ୍‌କୁ ଔଷଧ ବୋଲି ଭାବି ଦାଦାଙ୍କ ପାଖକୁ ଯାଉଥିଲେ ।

Business Insider

ରାଜେଶ ଔଷଧ ଦେବା ବଦଳରେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ଏହି ସମୟର ଭିଡ଼ିଓ ତିଆରି କରି ରାଜେଶ ପୀଡ଼ିତାଙ୍କୁ ନିଜ ସାଙ୍ଗମାନଙ୍କ ସହ ମଧ୍ୟ ଶରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ଦୁଇ ବର୍ଷ ଏପରି ଚାଲିବା ପରେ ପୀଡ଼ିତା ରାଜେଶଙ୍କ ଫୋନରେ ଥିବା ଭିଡ଼ିଓ ନେଇ ପୁଲିସ ପାଖରେ ପହଞ୍ଚିଥିଲେ । ଏବେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ଅଭିଯୁକ୍ତ ରାଜେଶକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର