ରେଓ୍ଵାରି: ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଚାଞ୍ଚଲ୍ୟକର ବୟାନ୍‌, ଦୁଷ୍କର୍ମ କରିବା ପରେ ଅବସ୍ଥା ଶୋଚନୀୟ ହେବାରୁ  ଦୁଷ୍କର୍ମକାରୀ ଡାକ୍ତରଙ୍କୁ ଡକାଇଥିଲେ

ଚଣ୍ଡିଗଡ଼:  ହରିୟାଣା ରେଓ୍ଵାରିରେ ଜଣେ ଛାତ୍ର ଗଣଦୁଷ୍କର୍ମର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଛି। ସେହିପରି ଏହି ମାମଲା ସହିତ ଜଡ଼ିତ ଥିବା ବିଭିନ୍ନ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଦୁଷ୍କର୍ମକାରୀ ୧୯ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ତା’ ସହିତ ଦୁଷ୍କର୍ମ କରିଥିଲେ ଓ ଯେତେବେଳେ ତାର ଅବସ୍ଥା ବିଗିଡ଼ି ଯାଇଥିଲା ସେମାନେ ବିଚଳିତ ହୋଇ ଡାକ୍ତରଙ୍କୁ ଫୋନ୍‌ କରି ଡକାଇଥିଲେ। ରେଓ୍ଵାରି ପୁଲିସ ଉକ୍ତ ଡାକ୍ତରଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ଯୁବତୀକୁ ନିଶା ଇନ୍‌ଜେକ୍‌ସନ୍‌ ଦେଇ ତା’ ସହିତ ବଳପୂର୍ବକ ୧୨ରୁ ଊର୍ଧ୍ୱ ଯୁବକ ଆଠଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଏଫଆଇଆର୍‌ରେ ଏଯାବତ୍‌ ତିନିଜଣ ଦୁଷ୍କର୍ମକାରୀଙ୍କ ନାମ ରହିଛି। ତିନି ଦୁଷ୍କର୍ମକାରୀ ହେଲେ ପଙ୍କଜ, ମନୀଷ ଓ ନିଷ୍ଣୁ ଏହି ସମସ୍ତଙ୍କ ଘର ପୀଡିତା ଗ୍ରାମରେ, ସେମାନେ ପୀଡିତା ଓ ତା’ର ପରିବାରକୁ ଭଲ ଭାବେ ଜାଣିଥିବା ବି ଜଣାପଡ଼ିଛି। ଡାକ୍ତର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପୀଡିତାର ବ୍ଲଡ୍‌ ପ୍ରେସର ସ୍ତର ବହୁତ କମ୍‌ ହୋଇ ଯାଇଥିଲା ସେଥିପାଇଁ ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା।  ଏହାପରେ ଡାକ୍ତର ସ୍ଥାନୀୟଲୋକଙ୍କୁ ପୀଡିତା ସହିତ ଘଟିଥିବା ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ। ଏହି କଥା ଧୀରେ ଧୀରେ ପୀଡିତା ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଶନିବାର ଡାକ୍ତରଙ୍କ ପରିଚୟ ଜାଣିବା ପରେ ରବିବାର ଥାନାକୁ ନେଇ ପଚରାଉଚରା ଜାରି ରଖିଛି ପୁଲିସ। କୁହାଯାଉଛି ଡାକ୍ତରଙ୍କ ବୟାନ୍‌ ଏହି ମାମଲା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରଖିଛି।

ଏପଟେ ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍ଭେଷ୍ଟିଗେସନ୍‌ ଟିମ୍‌ (ଟିମ୍‌) ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନେଇଛି। ମେଓ୍ଵାତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନାଜ୍ନୀନ୍‌ ଭାସିନ ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି।

ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଚିହ୍ନଟ ହେବା ପରେ ହରିୟାନା ପୁଲିସ ତିନି ଜଣଙ୍କର ଫଟୋ ରିଲିଜ୍‌ କରିଛି। ସେମାନେ ହେଲେ ମନୀଷ, ନିଷ୍ଣୁ ଏବଂ ପଙ୍କଜ। ପଙ୍କଜ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟକରି ରାଜସ୍ଥାନରେ ଅବସ୍ଥାପିତ।

ସମ୍ବନ୍ଧିତ ଖବର