ସାମାନ୍ୟ ଚିକେନ୍‌ ପାଇଁ ଛାର୍‌ଖାର୍‌ ହୋଇଗଲା ନବ ଦମ୍ପତିଙ୍କ ଜୀବନ

କାନପୁର: ଗୁରୁଗ୍ରାମର ଏକ ଘରୋଇ କମ୍ପାନିରେ କାମ କରୁଥିବା ସଞ୍ଜୟଙ୍କ ବିବାହ ଏକ ବର୍ଷ ପୂର୍ବେ କାନପୁରର କଲ୍ୟାଣପୁର ବାସିନ୍ଦା ପ୍ରୀତିଙ୍କ ସହିତ ହୋଇଥିଲା। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ  ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା, ଦୁହେଁ ବହୁତ ଖୁସି ଥିଲେ । କିନ୍ତୁ ସାମାନ୍ୟ ‘ଚିକେନ୍‌’ ଉଭୟଙ୍କ ହସଖୁସିର ଦୁନିଆକୁ ନଷ୍ଟ କରିଦେଇଛି। ନବବିବାହିତା ପ୍ରୀତିଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ସଞ୍ଚୟ ଏବେ ଜେଲରେ ଦଣ୍ଡ ଭୋଗୁଛନ୍ତି।

ଏଭଳି ଏକ ଘଟଣା କାନପୁରର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳର ମାକୁ ପୁରଭାରେ ଘଟିଛି। କ୍ୟାଣ୍ଟ ପୁଲିସ‌ ଷ୍ଟେସନ ପରିସରରେ ଥିବା ମାକୁ ପୁରଭାଠାରେ ରହୁଥିବା ରାମପାଲ ନିଶାଦଙ୍କ ପୁଅର ବିବାହ ଏକ ବର୍ଷ ପୂର୍ବେ କଲ୍ୟାଣପୁରର ମକଡ଼ି ଖେଡା ନିବାସୀ ପ୍ରୀତିଙ୍କ ସହିତ ହୋଇଥିଲା। ପ୍ରୀତି ଶାକାହାରୀ ଖାଦ୍ୟ ଖାଉଥିଲେ। ସେ ମାଂସ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ।

सलाखों के पीछे पहुंचा संजय, पुलिस कर रही पूछताछ

କୁହାଯାଉଛି ଯେ, କିଛିଦିନ ତଳେ ସଞ୍ଜୟ ବାହାରୁ ଚିକେନ୍‌ ଖାଇବା ପରେ ଘରକୁ ଫେରିଥିଲେ। ରାତିରେ ପ୍ରୀତି ସଞ୍ଜୟଙ୍କୁ ଖାଦ୍ୟ ଖାଇବାକୁ ଡାକିଥିଲେ। କିନ୍ତୁ ସେ ବାହାରୁ ଚିକେନ୍‌ ଖାଇ ଆସିଥିବା କହିଥିଲେ। ସ୍ୱାମୀଙ୍କ ଠାରୁ ଏହି କଥା ଶୁଣିବା ପରେ ପ୍ରୀତି କ୍ରୋଧିତ ହୋଇ ସ୍ୱାମୀଙ୍କୁ କୋଠରୀ ବାହାରେ ଶୋଇବାକୁ କହିଥିଲେ। ପ୍ରୀତିଙ୍କ ଏହି  କଥା ସଞ୍ଜୟଙ୍କୁ ଭଲ ଲାଗି ନଥିଲା। ଏହାପରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା।

ସଞ୍ଜୟ ପ୍ରୀତିଙ୍କୁ ପିଟିଥିଲେ । ଏହାପରେ ପ୍ରୀତି କୋଠରୀକୁ ଯାଇ ଭିତର ପଟରୁ କବାଟ ବନ୍ଦ କରିଦେଲେ। ବହୁତ ସମୟ ପରେ ପ୍ରୀତି ଯେତେବେଳେ କୋଠରୀରୁ ବାହାରକୁ ଆସି ନଥିଲେ ସଞ୍ଜୟ କବାଟ ଭାଙ୍ଗିଥିଲେ। ସେତେବେଳକୁ ପ୍ରୀତି ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରି ସାରିଥିଲେ। ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟ ପୁଲିସ ପହଞ୍ଚିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପ୍ରୀତିଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ, ପୀଡ଼ିତାଙ୍କ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର