ବିବାହ ପରେ ଶ୍ବଶୁର ଘରୁ ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ନେଇ ନବବଧୂ ଛୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ନବ ବିବାହିତା କନ୍ୟା ଶାଶୁଘରୁ ସମସ୍ତ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସ୍ୱାମୀ ତାଙ୍କ ନବ ବିବାହିତ ପତ୍ନୀଙ୍କ ବିରୋଧରେ ଶାମଲି ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଶାମଲି ଜିଲ୍ଲାର ସିମ୍ଭାଲାକା ଗାଁର ବାସିନ୍ଦା ପିଙ୍କୁଙ୍କ କହିବାନୁସାରେ, ତାଙ୍କର ନଭେମ୍ବର ୨୫ ବାଗପାଟ ଜିଲ୍ଲାର ଯୁବତୀଙ୍କ ସହିତ ବିବାହ ହୋଇଥିଲା। ବିବାହ ପରେ ସବୁ କିଛି ଠିକଠାକ ଥିଲା। ନୂଆବୋହୂ ଘରକୁ ଆସିବାରୁ ସମସ୍ତେ ଖୁସିରେ ଥିଲେ। ହଠାତ ତାଙ୍କ ପତ୍ନୀ ଡିସେମ୍ବର ୨୬ ରାତିରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ।

ପିଙ୍କୁ ଅଭିଯୋଗ କରି କହିଛନ୍ତି, ତାଙ୍କ ପତ୍ନୀ ଘରେ ଥିବା ୭୦,୦୦୦ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ନେଇ କେଉଁଆଡେ ଫେରାର ହୋଇଯାଇଛନ୍ତି।

ପିଙ୍କୁଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରି ନବବଧୂଙ୍କ ବାପାଘରକୁ ଯାଇ ଯାଞ୍ଚ କରିଥିଲେ। ଆଶ୍ଚର୍ଯ୍ୟ କଥା କି ସେଠାରେ ନବବଧୂଙ୍କ ଜଣେ ହେଲେ ବି ସଦସ୍ୟ ନାହାନ୍ତି। ପୁଲିସ ଚମ୍ପଟ ମାରିଥିବା ଦମ୍ପତିଙ୍କୁ ଧରିବା ପାଇଁ ତଦନ୍ତ ଜାଟରି ରଖିଛି।

ସମ୍ବନ୍ଧିତ ଖବର