ପ୍ରେମିକାର ସ୍ୱାମୀଙ୍କୁ ୨୦ଥର ଛୁରୀ ଭୁସିଲା ପ୍ରେମିକ

ମୁମ୍ବାଇ : ପୁରୁଣା ପ୍ରେମକୁ ଭୁଲି ନ ପାରି ହତ୍ୟା ଭଳି ଅପରାଧ କରିଛି ପ୍ରେମିକ । ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରିବା ପରେ ମଧ୍ୟ ତାକୁ ନିଜ ମନରୁ କାଢ଼ି ପାରି ନଥିଲା ପ୍ରେମିକ । ପୁଣିଥରେ ନିଜ ପ୍ରେମକୁ ଫେରି ପାଇବା ପାଇଁ ମାନବିକତା ଭୁଲି ପ୍ରେମିକାର ସ୍ୱାମୀକୁ ପ୍ରେମିକ ୨୦ଥର ଛୁରି ଭୁସିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ବିଷୟ ପାଲଟିଛି ।

The Indian Express

ଏହି ଘଟଣା ପରେ ପୀଡ଼ିତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣା ପଡ଼ିଛି । ତଦନ୍ତ ପରେ ଅଭିଯୁକ୍ତ ଜଣଙ୍କ ସମୀର ମିର୍ଜା ବୋଲି ପୁଲିସ ଚିହ୍ନଟ କରିବା ସହ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଭୂସାବଲରେ ରହୁଥିବା ସମୀର ନିଜ ପ୍ରେମିକାକୁ ଫେରି ପାଇବା ପାଇଁ ମୁମ୍ବାଇ ଆସିଥିଲା । ଶୁକ୍ରବାର ମୁମ୍ବାଇ ଆସି ପ୍ରେମିକା ରହୁଥିବା ଆପାର୍ଟମେଣ୍ଟ ବାହାରେ ପ୍ରେମିକାର ସ୍ୱାମୀକୁ ମାରିବାର ଯୋଜନା ପ୍ରସ୍ତୁତ କରିଥିଲା ସମୀର । ରାତି ସମୟରେ ପ୍ରେମିକାର ସ୍ୱାମୀ ଫିରୋଜ ଘରକୁ ଫେରୁଥିବା ବେଳେ ଘର ବାହାରେ ସମୀର ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରାୟ ୨୦ଥର ଛୁରୀ ଭୁସିଥିବା ବେଳେ ଫିରୋଜ ସେଇଠି ପଡ଼ି ଯାଇଥିଲେ । ଫିରୋଜ ମରି ଯାଇଥିବା ଭାବି ସମୀର ସେଠାରୁ ଚାଲି ଯାଇଥିବା ବେଳେ ପଡ଼ୋଶୀ ଫିରୋଜଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏ ଘଟଣା ବିଷୟରେ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତଦନ୍ତ ପରେ ସମୀର ଏବଂ ଫିରୋଜଙ୍କ ସ୍ତ୍ରୀଙ୍କ ମଧ୍ୟରେ ଆଗରୁ ପ୍ରେମ ସଂପର୍କ ଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା । ପଚରାଉଚରା ପରେ ନିଜ ପୁରୁଣା ପ୍ରେମକୁ ପାଇବା ପାଇଁ ସମିର ଏପରି କରିଥିଲେ ବୋଲି ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର