ବାଲିଅନ୍ତା : ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିକୁ ମାଡ଼ ମାରି ଆହତ କରିବା ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ପ୍ରତାପଶାସନ ପଞ୍ଚାୟତର (ବାଳକାଟି) ପୂର୍ବତନ ସମିତି ସଭ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ମାହାଲସାହିର ଅନନ୍ତ ନାରାୟଣ ବେହେରା (୩୮) ଓରଫ ଆନ୍ନା। କାକରୁଦ୍ରପୁର ଗ୍ରାମର ଅରକ୍ଷିତ ପାତ୍ର (୬୦) ନାମକ ଜଣେ ବୃଦ୍ଧ ତାଙ୍କ ବିରୋଧରେ ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରଥିଲେ। ପୁଲିସ ସୂଚନା ମୁତାବକ ମାହାଲସାହିର ନରେନ୍ଦ୍ର ନାଥ ବେହେରା ଶାରୀରିକ ଭାବେ ଅସୁସ୍ଥ ଥିଲେ । ନରେନ୍ଦ୍ରଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଇ ଦେବା ପାଇଁ କହି ଅରକ୍ଷିତ ତାଙ୍କ ଘରକୁ ଆସି ପୂର୍ବରୁ କାଟପାଣି ଓ ମନ୍ତୁରା ତେଲ ଦେଇଥିଲେ। ଗତ ୧ ତାରିଖ ସଂଧ୍ୟାରେ ଅରକ୍ଷିତ ନରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ବୁଝିବା ପାଇଁ ତାଙ୍କ ଘରକୁ ଆସିଥିଲେ । ହେଲେ ସେତେବେଳେ ଘରେ ନରେନ୍ଦ୍ର ନଥିଲେ । ଆନ୍ନା ଏହାର ବିରୋଧ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଆନ୍ନା ଅରକ୍ଷିତଙ୍କୁ ଘରେ କବାଟ ଭିତରୁ ବନ୍ଦ କରି ନିର୍ଧୁମ୍ ପିଟିିଥିଲେ । ଏଥିରେ ଆହାତ ହୋଇ ଅରକ୍ଷିତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଅରକ୍ଷିତଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ କେସ୍ ନଂ ୨୯୬ / ୧୭ରେ ଏକ ମାମଲା ରୁଜୁ କରି ପୁଲିସ ଆନ୍ନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ : ପୂର୍ବତନ ସମିତି ସଭ୍ୟ ଗିରଫ
/sambad/media/post_attachments/wp-content/uploads/2017/11/arrested-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)