ବ୍ରସଲ୍ଜ୍: ୩୦ ବର୍ଷ ପୂର୍ବେ ଅପମାନିତ କରିଥିବା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ୨୦୨୦ରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ଛୁରି ଭୁସି ହତ୍ୟା କରିଥିଲେ ବୋଲି ସ୍ବୀକାର କରିଥିବା କଥା ଗରୁବାର ଦିନ ଜଣେ ବେଲ୍ଜିମୀୟ ସରକାରୀ ଓକିଲ କହିଛନ୍ତି।
ଗୁଣ୍ଟର୍ ୟୁୱେଣ୍ଟ୍ସ୍ ନାମକ ଉକ୍ତ ବ୍ୟକ୍ତିଜଣକ ତଦନ୍ତକାରୀମାନଙ୍କୁ କହିଛନ୍ତି,୧୯୯୦ ଦଶକ ପ୍ରାରମ୍ଭରେ ମୁଁ ୭ ବର୍ଷର ସ୍କୁଲ୍ ପିଲାଟିଏ ଥିବା ବେଳେ ଶ୍ରେଣୀଗୃହରେ ଶିକ୍ଷିକା ମାରିଆ ଭର୍ଲିନ୍ଡେନ୍ ଯେଭଳି ମନ୍ତବ୍ୟ ଦେଇଥିଲେ ତାହା ଭୁଲି ପାରି ନ ଥିଲି।
ସୂଚନାଯୋଗ୍ୟ, ୨୦୨୦ରେ ଆଣ୍ଟୱେର୍ପ ନିକଟ ହେରେଣ୍ଟାଲ୍ସ୍ସ୍ଥିତ ବାସଭବନରେ ୫୯ ବର୍ଷୀୟ ଭର୍ଲିନ୍ଡେନ୍ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ଚିହ୍ନଟ କରିବା ଲାଗି ବେଲ୍ଜିମୀୟ ପୁଲିସର ବାର ବାର ତଦନ୍ତ ଏବଂ ଅନେକ ଥର ‘ଡିଏନ୍ଏ’ ନମୁନା ପରୀକ୍ଷା କରି ସୁଦ୍ଧା ବିଫଳ ହୋଇଥିଲେ। ସାକ୍ଷ୍ୟ ପାଇଁ ତାଙ୍କ ସ୍ବାମୀ ସର୍ବସାଧାରଣରେ ନିବେଦନ ମଧ୍ୟ କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିକ୍ଷୟିତ୍ରୀ ଭର୍ଲିନ୍ଡେନ୍ଙ୍କୁ ୧୦୧ ଥର ଛୁରିକାଘାତ କରାଯାଇଥିଲା। ତାଙ୍କ ଶବ ପାଖରେ ନଗଦ ଟଙ୍କା ଥିବା ମନିପର୍ସ ଅଛୁଆଁ ଅବସ୍ଥାରେ ପଡ଼ିଥିବାରୁ ଅପରାଧଟି ଚୋରି ଡକାୟତି ପାଇଁ ହୋଇ ନ ଥିବା ଅନୁମାନ କରାଯାଇଛି।
Image Courtesy of Gulf Today୨୦୨୦ ନଭେମ୍ବର ୨୦ରେ ହୋଇଥିବା ଉକ୍ତ ହତ୍ୟାକାଣ୍ଡର ୧୬ ମାସ ପରେ ୟୁୱେଣ୍ଟ୍ସ୍ ଜଣେ ବନ୍ଧୁଙ୍କ ଆଗରେ ତାଙ୍କ ଅପରାଧ କଥା କହିବାରୁ ବନ୍ଧୁଜଣକ ପୁଲିସକୁ ସୂଚନା ଦେଇଥିଲେ ବୋଲି ସରକାରୀ ଓକିଲ କହିଛନ୍ତି। ଗତ ରବିବାର ଦିନ ୟୁୱେଣ୍ଟ୍ସ୍ଙ୍କୁ ଗିରଫ କରାଯାଇଥିଲା।
ଅପରାଧସ୍ଥଳରୁ ମିଳିଥିବା ସୁରାକ୍ ସହ ମେଳ ଖାଇବା ପାଇଁ ସେ ତାଙ୍କର ଡିଏନ୍ଏ ନମୁନା ଦେବା ସହ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀଙ୍କ ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ସେ ମାନସିକ ନିର୍ଯାତନା ସହିଥିଲେ ବୋଲି ଅଭିଯୋଗ କରିଥିଲେ।
ମଙ୍ଗଳବାର ଦିନ ୟୁୱେଣ୍ଟ୍ସ୍ଙ୍କୁ ଜଣେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା। ନରହତ୍ୟା ଅଭିଯୋଗରେ ତାଙ୍କୁ ହାଜକୁ ନିଆଯାଇଛି। ତାଙ୍କ ଅଭିଯୋଗ ସହ ତଦନ୍ତ କେତେଦୂର ମେଳ ଖାଉଛି କି, ନାହିଁ ଦେଖିବା ବୋଲି ସରକାରୀ ଓକିଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/stabbing.jpg)