ହାଇଦ୍ରାବାଦ : ମଙ୍ଗଳବାର ଦିନ ହାଇଦ୍ରାବାଦର ଓ୍ଵାନାପାରଥି ଇଣ୍ଟରମିଡ଼ିଏଟ କଲେଜର ୧୬ ବର୍ଷିୟ ଏମପିସି ଛାତ୍ର ପରୀକ୍ଷା ଦେବା ଭୟରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ପରୀକ୍ଷାଗୁଡ଼ିକ ଏତେ ମାତ୍ରାରେ ସରଳ ଏବଂ ସହଜ ହେବା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଦେଖାଯିବ ସରକାରଙ୍କ ପାଇଁ ସୃଷ୍ଟି କରିଛି ପ୍ରଶ୍ନବାଚୀ ।
ପୋଲିସ ତଦନ୍ତ ଅନୁଯାୟୀ , ଆତ୍ମହତ୍ୟା କରିଥିବା ଛାତ୍ର ନବିନଙ୍କର ଗ୍ରାମ ରାଏକୋଡ଼ାରୁ । ସେ ଓ୍ଵାନାପାରଥିରେ ପଢ଼ିବା ସହ ସେଠାରେ ହଷ୍ଟେଲରେ ରହୁଥିଲେ । ନବିନଙ୍କ ଶରୀର ସୁସ୍ଥ ନଥିବାରୁ ତାଙ୍କର ପରୀକ୍ଷାକୁ ନେଇ ଅତ୍ୟାଧିକ ଚିନ୍ତାରେ ରହୁଥିଲେ । ଆଗକୁ ପରୀକ୍ଷା ଆସୁଥିବାରୁ ସେ ବହୁତ ଡ଼ରି ଯାଇଥିଲେ ଫଳରେ କିଛି ବାଟ ନ ପାଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
"ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ରହିଥିଲା । ଏଣୁ ସେ ବୁଧବାର ଦିନ ହେବାକୁ ଥିବା ପରୀକ୍ଷା ପାଇଁ ଠିକ ଭାବେ ପଢ଼ାପଢ଼ି କରିପାରି ନଥିଲେ ବୋଲି କହିଛନ୍ତି ଓ୍ଵାନାପାରଥର" ସବ ଇନ୍ସ୍ପେକ୍ଟର ନାଗ ଶେଖର ରେଡ଼ି । ଘଟଣା ଦିନ ନବିନଙ୍କ ପିତା ତାଙ୍କୁ ଦେଖାକରିବା ପାଇଁ ଆସିଥିଲେ ଏବଂ ପୂରା ଦିନ ତାଙ୍କ ସହିତ ରହିଥିଲେ । ଏହା ପରେ ମଧ୍ୟ ରାତି ସମୟରେ ନବିନ ତାଙ୍କ ଜୀବନର ଏତେ ବଡ଼ ପଦକ୍ଷେପ ନେଇଥିଲେ ଏବଂ ନିଜକୁ ଫାସୀ ଝୁଲାଇ ଦେଇଥିଲେ ।ବର୍ତ୍ତମାନ ତାଙ୍କ ମର ଶରୀରକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ।