ବ୍ରହ୍ମପୁର: ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଆଜି ଜଣେ ଅବକାରୀ ଏଏସ୍ଆଇ ଗିରଫ ହୋଇଛନ୍ତି। ଅଭିଯୁକ୍ତ ସୁରେନ୍ଦ୍ର ପ୍ରଧାନ ଏବେ ଅନୁଗୁଳଜିଲ୍ଲା ଆଠମଲ୍ଲିକ ଅବକାରୀ ଥାନାରେ କାର୍ଯ୍ୟରତ। କିଛିଦିନ ତଳେ ସେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟରୁ ସେଠାକୁ ବଦଳି ହୋଇଛନ୍ତି। ବ୍ରହ୍ମପୁର ସାଇବର ପୁଲିସ ସୁରେନ୍ଦ୍ରଙ୍କୁ ଗିରଫ ପରେ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି।
ସୂଚନା ଅନୁସାରେ, ଶ୍ରୀ ପ୍ରଧାନ ବ୍ରହ୍ମପୁର ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟରେ ଗତ ୩ ବର୍ଷ ଧରି କାର୍ଯ୍ୟ କରୁଥିଲେ। ଏହି ସମୟରେ ବ୍ରହ୍ମପୁରର ଜନୈକା ଯୁବତୀଙ୍କ ସହ ସେ ଇନ୍ଷ୍ଟ୍ରାଗ୍ରାମ୍ରେ ସମ୍ପର୍କ ସ୍ଥାପନ କରିଥିଲେ। ଉଭୟ ବିଭିନ୍ନ ସ୍ଥାନରେ ମିଳାମିଶା କରୁଥିଲେ। ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବାରୁ ଯୁବତୀ ଅଧିକ ନିକଟତର ହୋଇଥିଲେ। ଏହାର ଫାଇଦା ଉଠାଇ ସୁରେନ୍ଦ୍ର ପୀଡ଼ିତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ନିଜ ପାଖେ ରଖି ନେଇଥିଲେ। ଯାହା ପାଇଁ ସେ ବାରମ୍ବାର ଟଙ୍କା ଦାବି କରୁଥିଲେ। ପୀଡ଼ିତା କିଛିଦିନ ତଳେ କରଜ କରି ୪୦ହଜାର ଟଙ୍କା ଫୋନ୍ପେ’ ଜରିଆରେ ସୁରେନ୍ଦ୍ରଙ୍କୁ ପଠାଇଥିଲେ। ତଥାପି ସୁରେନ୍ଦ୍ର ଅଧିକ ଟଙ୍କା ଦାବି କରିବାରୁ ପୀଡ଼ିତା ଗତକାଲି ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: Elephant: ରାଜପଥ-ରେଳଧାରଣାରେ ହାତୀପଲ; ଲୋକଙ୍କ ପାଇଁ ସତର୍କ ଘଣ୍ଟି
ଏହାକୁ ଭିତ୍ତିକରି ସାଇବର ଥାନାରେ ବିଭିନ୍ନ ଦଫା ସହ କେସ୍ ନଂ ୧୩ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଆଜି ଅଭିଯୁକ୍ତ ସୁରେନ୍ଦ୍ରକୁ ଆଠମଲ୍ଲିକୁ ଉଠାଇ ଆଣିଥିଲା। ପଚରାଉଚରା ଓ ସାଇଣ୍ଟିଫିକ୍ ତଦନ୍ତ ପରେ ଘଟଣାର ପ୍ରମାଣ ମିଳିଥିଲା। ପରେ ତାକୁ ଗିରଫ କରି ଅପରାହ୍ଣରେ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/13/untitled-28jpg-2026-02-13-19-35-47.jpeg)