ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ରେଙ୍ଗାଲି ଗ୍ରାମ ଠାରେ ଏକ ଗଞ୍ଜେଇ ଭର୍ତ୍ତି ହୋଇଥିବା ମାରୁତି ଏର୍ଟିଗା କାର ଅବକାରୀ ବିଭାଗ ଜବତ୍ କରିଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶ ଥାଉ ଯେ ଅବକାରୀ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ରେଙ୍ଗାଲି ଗ୍ରାମ ଠାରେ ସନ୍ଦେହରେ ଏକ ମାରୁତି ଏର୍ଟିଗା କାରକୁ ଅଟକ ରଖିଥିଲେ ।
ସେହି ସମୟରେ ଗାଡି ଚାଳକ ଫେରାର ମାରିଥିଲା । ଗାଡି ସିଟ ଭିତରେ ଜରିରେ ଭର୍ତ୍ତି ଥିବା ପେକେଟ ଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ଏବେ ଘଟଣାର ତଦନ୍ତ ଚାଲିଥିବା ବେଳେ ପେକେଟ୍ ଭିତରେ ଗଞ୍ଜେଇ ଥିବା ସନ୍ଦେହ କରାଯାଉଛି । ଏନେଇ ଖପ୍ରାଖୋଲ ଅବକାରୀ ଅଧିକାରୀ ଯତୀନଲାଲ ପାଣ୍ଡେଙ୍କୁ ପଚାରିବାରୁ ଗାଡ଼ିଟି ଅଟକ ରହିଛି ଗାଡ଼ିରୁ ଡ୍ରାଇଭର୍ ଫେରାର ମାରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/15/new-project-6-2025-10-15-21-52-58.jpg)