ଦେବଗଡ଼: ବିଲ୍ପାସ୍ କରିବାକୁ ଠିକାଦାରଙ୍କ ଠାରୁ ୨୧ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦେବଗଡ଼ରେ ଜଣେ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଦ୍ୱାରା ଶନିବାର ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଅଧିକାରୀ ରବୀନ୍ଦ୍ର ମାହାତୋ ଜଣେ ଠିକାଦାରଙ୍କ ବିଲ୍ପାସ୍ କରିବା ପାଇଁ ଟଙ୍କା ଲାଂଚ ମାଗିଥିଲେ।
ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆଜି ସନ୍ଧ୍ୟା ୬ଟା ୩୦ରେ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରଙ୍କ ସରକାରୀ ବାସଭବନରେ ମିଳିତ ଭାବରେ ଚଢ଼ାଉ କରାଯାଇଥିଲା। ଦେବଗଡ଼ ପୌରପାଳିକା ଅନ୍ତର୍ଗତ ପୁରୁଣାଗଡ଼ ନିବାସୀ ଜୈନିକ ଠିକାଦାର ଦିଲୀପଙ୍କୁ ଏମ୍ଆଇସି କଲୋନିର ଘରର ଫାଇନାଲ ବିଲ କରିବା ଲାଗି ରବୀନ୍ଦ୍ର ଲାଂଚ ନେଉଥିଲେ।