ଉନାଓ: ୨୦୧୭ ମସିହାରେ ଉନାଓ ନାବାଳିକାକୁ ଦୁଷ୍କର୍ମ କରିଥିବା ତଥା ଅନ୍ୟାନ୍ୟ ଅଭିଯୋଗକୁ ଭିତ୍ତିକରି ବିଜେପିର ନିଲମ୍ବିତ ବିଧାୟକ ଅଭିଯୁକ୍ତ କୁଳଦୀପ ସେନଗାରଙ୍କ ନାମରେ ତିସ୍ ହଜାରୀ କୋର୍ଟରେ ମାମଲା ଚାଲିଥିଲା। ଏବେ ଅଦାଲତ ସେନଗାରଙ୍କ ବିଚାର ପୋକ୍ସୋ ଆଇନ ଅଧୀନରେ କରୁଛନ୍ତି।
ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ମାମଲାରେ ସେନଗାରଙ୍କ ସମେତ ତାଙ୍କ ସହଯୋଗୀ ଶଶୀ ସିଂହଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି।
ଗୁରୁବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) କୋର୍ଟଙ୍କୁ ଜଣାଇଥିଲେ ଯେ ସେନଗାର ଏବଂ ତାଙ୍କ ଭାଇ ମିଶି ପୀଡ଼ିତାଙ୍କ ବାପାଙ୍କୁ ନିର୍ଯାତନା ଦେଉଛନ୍ତି। ୩ ଜଣ ପୁଲିସ୍ ଅଧିକାରୀ ଓ ଅନ୍ୟ ୫ ଜଣଙ୍କ ସହ ମିଶି ଉକ୍ତ ନିରୀହ ବ୍ୟକ୍ତିଙ୍କୁ ଏକ ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ଫସାଇଛନ୍ତି।
ଗତକାଲି ଅଭିଯୁକ୍ତ ସେନଗାରଙ୍କ ପରିବାର ଲୋକ ତାଙ୍କର ପଲିଗ୍ରାଫ୍ ଓ ନାରକୋ ବିଶ୍ଳେଷଣ ପରୀକ୍ଷା ପାଇଁ ଦାବି କରିଥିଲେ। ସେନଗାର ନିର୍ଦୋଷ ବୋଲି ତାଙ୍କ ପରିବାର ଲୋକ ଦାବି କରିଛନ୍ତି। ଏହା ସେନଗାରଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହି ସେମାନେ ଆବଶ୍ୟକୀୟ ପରୀକ୍ଷାର ସହାୟତା ପାଇଁ ଅଡ଼ି ବସିଛନ୍ତି।