ଜମ୍ମୁ-କଶ୍ମୀର: ଦୁଷ୍କର୍ମ ପରେ ନାବାଳିକା ଉପରେ ଏସିଡ୍ ଢ଼ାଳି ଦେଲା ସାବତ ଭାଇ; ଗଳାଚିପି ହତ୍ୟା କଲା ସାବତ ମା’

ସଉତୁଣୀର ଝିଅକୁ ଅଧିକ ଶ୍ରଦ୍ଧା କରିବାରୁ ସ୍ୱାମୀ ଉପରେ ରାଗି ନାବାଳିକା ସାବତ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଜଣେ ନାବାଳକ ସମେତ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ପୁଲିସ୍‌ ଗିରଫ କରିଛି। ନାବାଳିକା ଜଣକ ଅଗଷ୍ଟ ୨୩ ତାରିଖକୁ କେଉଁଆଡ଼େ ଚାଲି ଯାଇଥିଲେ। ଫଳରେ ଉରିରେ ରହୁଥିବା ନାବାଳିକାର ବାପା ପୁଲିସ୍‌ରେ ଏକ ଅଭିଯୋଗ ଆଣିଥିଲେ। ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଏହି ଘଟଣାର ତଦନ୍ତ ହେବା ପରେ ନାବାଳିକାର ସାବତ ମାଆ ଓ ସାବତ ଭାଇ ସମେତ ସମୁଦାୟ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏସ୍‌ଆଇଟି ସନ୍ଦିଗ୍ଧମାନଙ୍କୁ ପଚରାଉଚରା କରିଛି। ଏହି ମାମଲାରେ ପୀଡ଼ିତାର ସାବତମାଆ ଓ ଭାଇଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ତଦନ୍ତରୁ ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କ ସାବତମାଆ ଆରମ୍ଭରୁ ହିଁ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ ଓ ପିଲାଙ୍କ ଉପରେ ନିଜର ଅସୂୟା ଭାବ ପ୍ରକାଶ କରି ଆସୁଥିଲେ। ପଚରାଉଚରା କହିବାରୁ ସାବତମାଆ ଜଣାଇଛନ୍ତି ଯେ ମୃତକ ନାବାଳିକା ତାଙ୍କ ସଉତୁଣୀର ଝିଅ। ତାଙ୍କ ସ୍ୱାମୀ ଅଧିକାଂଶ ସମୟ ସେହି ଝିଅ ପାଇଁ ଦ୍ୱିତୀୟ ପତ୍ନୀଙ୍କ ପାଖରେ ବିିତାଉଥିଲେ। ତାଙ୍କ ସ୍ୱାମୀ ନିଜର ସେହି ଝିଅକୁ ଖୁବ୍‌ ଶ୍ରଦ୍ଧା କରୁଥିଲେ।

ଫଳରେ ମହିଳା ଜଣକ ନିଜ ସାବତ ଝିଅକୁ ରାସ୍ତାରୁ ହଟାଇବାକୁ ଚାହିଁ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇଗଲେ। ସେଠାରେ କୁନି ଝିଅକୁ ତା’ର ୧୪ ବର୍ଷିଅ ସାବତ ଭାଇ ଦୁଷ୍କର୍ମ କରିଥିଲା। ଏହି ଦୁଷ୍କର୍ମ ସମୟରେ ସାବତ ଭାଇର ମାଆ ଓ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସମସ୍ତେ ତାଙ୍କର ଦୁଷ୍କର୍ମ କରିବା ପରେ ସାବତମାଆ ଗଳା ଦବାଇ ହତ୍ୟା ଉଦ୍ୟମ କରିଥିଲେ। ସେହି ସମୟରେ ସାବତ ଭାଇ ତା’ ମୁଣ୍ଡକୁ ବାଡ଼େଇ ଥିଲା। ଅନ୍ୟତମ ଅଭିଯୁକ୍ତ ପୀଡ଼ିତା ନାବାଳିକାର ଆଖିକୁ ଏକ ଧାରୁଆ ଛୁରୀରେ ତାଡ଼ି ଦେଇଥିଲା। ଏହା ସହ ପୀଡ଼ିତାର ଶରୀରରେ ଏସିଡ୍ ମଧ୍ୟ ଢାଳିଥିଲା।

ସମ୍ବନ୍ଧିତ ଖବର