ନୂଆଦିଲ୍ଲୀ: ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କଜାଗମ୍(ଡିଏମ୍କେ) ନେତା ଦୟାନିଧୀ ମାରାନ ବେଆଇନ୍ ଟେଲିଫେ୍ାନ୍ ଏକ୍ସଚେଞ୍ଜ ମାମଲାରେ ବିଚାରର ସାମ୍ନା କରିବେ ବୋଲି ସୋମବାର ସୁପ୍ରିମ୍କୋର୍ଟ(ଏସ୍ସି)କହିଛନ୍ତି।
ମାର୍ଚ୍ଚରେ ମାଦ୍ରାସ ଉଚ୍ଚ ନ୍ୟାୟଳୟ କରିଥିବା ବିଚାର ଉପରେ ପୁନର୍ବିଚାର କରିବା ପାଇଁ ଦୟାନିଧୀ ସର୍ବୋଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନକୁ ଏସ୍ସି ଖାରଜ କରି ଦେଇଛନ୍ତି।
ଜଷ୍ଟିସ୍ ରଞ୍ଜନ ଗୋଗଇ, ଜଷ୍ଟିସ୍ ଆର୍ ବାନୁମତି ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ ଜଣାଇଛନ୍ତି ଯେ ‘ଏହି ମାମଲା ପୂର୍ବରୁ ହିଁ ବିଚାର ପରିସରଭୁକ୍ତ ହୋଇଯାଇଛି। ତେଣୁ ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୋହୁଁ।’
‘ତୁମ ବିରୋଧରେ ଅଭିଯୋଗ ହେଉଛି ତୁମେ ଭାଇଙ୍କ ବ୍ୟବସାୟ ପାଇଁ ଏହି ଟେଲିଫୋନ୍ ଏକ୍ସଚେଞ୍ଜ କାରବାର କରିଛ’ ବୋଲି କୋର୍ଟ ଜଣାଇଛନ୍ତି।
ଡିକେଏମ୍ ମୁଖ୍ୟ ଏମ୍ କରୁଣାନିଧୀଙ୍କ ନାତି ମାରାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବୋଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୦୪ ରୁ ୨୦୦୭ ମଧ୍ୟରେ ଦୟାନିଧୀ ନିଜର କ୍ଷମତା ପ୍ରୟୋଗ କରି ଚେନ୍ନାଇ ସ୍ଥିତ ନିଜ ଘର ଭିତରେ ଏକ ପ୍ରାଇଭେଟ୍ ଟେଲିଫେ୍ାନ୍ ଏକ୍ସଚେଞ୍ଜ ଇନ୍ଷ୍ଟଲ୍ କରିଥିଲେ ବୋଲି ଯାଞ୍ଚ ଏଜେନ୍ସି ଅଭିଯୋଗ ଆଣିଥିଲା।
ଅଭିଯୋଗ ହୋଇଛି ଯେ ଦୟାନିଧୀଙ୍କ ଭାଇଙ୍କ ଚାଳିତ ବ୍ୟବସାୟ ଅନ୍ତର୍ଭୂକ୍ତ ସନ୍ଟିଭିର ପ୍ରମୋସନ୍ ପାଇଁ ଦୟାନିଧୀ ଏପରି କରିଛନ୍ତି।
ମାରାନ ନିଜର ଚେନ୍ନାଇ ଓ ଦିଲ୍ଲୀ ବାସଭବନରେ ସମୁଦାୟ ୭୬୪ ଟେଲିଫୋନ୍ ଯୋଗାଯୋଗ ଇନ୍ଷ୍ଟଲ୍ କରିଛନ୍ତି।