ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀର ଅନ୍ତ ହେଲା ଆତ୍ମହତ୍ୟାରେ…

ବୀଜା : ଫତେହଗଡ଼ରେ ଦେଖିବାକୁ ମିଳିଛି ପ୍ରେମର କରୁଣ ପରିଣତି । ଫେସ୍‌ବୁକ୍‌ରେ ଦେଖାହୋଇ ଫୋନ ଯୋଗେ କଥା ହେବା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବକ-ଯୁବତୀ । ପରେ ଦୁଇ ଜଣ ସାଥୀରେ ଜୀବନ କାଟିବେ ବୋଲି ଭାବିଥିବା ବେଳେ ଘର ଲୋକଙ୍କ ସମର୍ଥନ ମିଳିଥିଲା । ଏଥି ପାଇଁ ପୀଡ଼ିତା ଜଣଙ୍କ ସ୍କୁଲରୁ ନିଜ ପ୍ରେମିକଙ୍କ ସହ ଫେରାର ହୋଇ ଯାଇଥିଲା । କିନ୍ତୁ ଫେରାର ହେବାର କିଛି ଦିନ ପରେ ତାଙ୍କର ମୃତଦେହ ମିଳିଥିଲା । ଏ ନେଇ ପରିବାର ଲୋକେ ପୁଲିସରେ ଏତଲା ଦେବା ସହ ତାଙ୍କ ଝିଅର ମୃତ୍ୟୁ ପାଇଁ ଝିଅର ପ୍ରେମିକ ଦାୟୀ ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଫେସ୍‌ବୁକ ମାଧ୍ୟମରେ ଦୁଇ ଯୁବକ-ଯୁବତୀ ପ୍ରେମରେ ପଡ଼ିଥିଲେ । ଯୁବତୀ ଜଣଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ପରିବାର ଲୋକେ ଏ ସବୁ ଜିନିଷରୁ ଦୂରେଇ ରହିବାକୁ କହିଥିଲେ । ପରିବାର ତରଫରୁ ବିରୋଧ କରାଯିବାରୁ ଯୁବତୀ ଜଣଙ୍କ ସ୍କୁଲ ଯିବା ନାଁ ରେ ଅଭିଯୁକ୍ତ ଯୁବକଙ୍କ ସହ ଲୁଚି ପଳାଇଥିଲେ । ଏହା ପରେ ପରିବାର ଲୋକେ ଝିଅର ନିଖୋଜ ହେବା ନେଇ ଏତଲା ଦେବା ସହ ଏହା ପଛରେ ଝିଅର ପ୍ରେମିକର ହାତ ଥିବା ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ଯୁବକର ଫଟୋ ସଂଗ୍ରହ କରିବା ସହ ତାକୁ ଖୋଜିବାରେ ଲାଗି ପଡ଼ିଥିଲା ।

Yo! Vizag

ଏତଲା ଦାୟର ହେବାର କିଛି ଦିନ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ପଚରାଉଚରା ଆରମ୍ଭ କରିଥିଲା । ପ୍ରେମରେ ବିଫଳ ହୋଇ ଦୁଇ ଜଣ ମୂଷା ମରା ଓଷଧ ଖାଇଥିବା ବେଳେ ଏହାର ଅଧିକ ପ୍ରଭାବ ପଡ଼ିଥିଲା ଯୁବତୀଙ୍କ ଉପରେ । ଯାହା ଫଳରେ ସେ ମୃତ୍ୟୁବରଣ କରିଥିଲେ । ଏଥି ପାଇଁ ଡ଼ରରେ ଯୁବକ ଜଣଙ୍କ ଯୁବତୀଙ୍କୁ ଏକ ଜନଶୂନ୍ୟ ଅଞ୍ଚଳକୁ ନେଇ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି ।

ସମ୍ବନ୍ଧିତ ଖବର