କଟକ-ମହାନଦୀବିହାର: ୧୫ରୁ ଅଧିକ ଫେସବୁକ ବନ୍ଧୁଙ୍କ ନିକଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିନେଇଥିବା ଏକ ଦମ୍ପତିଙ୍କୁ କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦମ୍ପତି ବୌଦ୍ଧ ଜିଲା ପୁରୁଣା କଟକ ଲାଇଗାଁ ଅଂଚଳର ମୂରଲୀଧର ଅଲଟିଆ (୨୯) ଏବଂ ତାଙ୍କ ସ୍ତ୍ରୀ ତନୟା ଗଙ୍ଗା(୨୫)। ପୁଲିସ ଏମାନଙ୍କ ନିକଟରୁ ୪ ଟି ମୋବାଇଲ ଫୋନ୍ ଏବଂ ୩ ଟି ଏଟିଏମ୍ କାର୍ଡ ଜବତ କରିଛି। ବୌଦ୍ଧର ଏହି ଦମ୍ପତି ବିଭିନ୍ନ ସମୟରେ ଫେସବୁକରେ ଫେକ୍ ଆଇଡି ଖୋଲୁଥିଲେ। ତନୟା ଡାକ୍ତର ଶୁଭସ୍ମିତା ମିଶ୍ର ନାମରେ ଏକ ଆଇଡି ଖୋଲି ଓଡ଼ିଶା ପୁଲିସର ଭୁବନେଶ୍ବର ଓଆଇଏସ୍ଏଫ୍ (ଓଡ଼ିଶା ଶିଳ୍ପାଞ୍ଚଳ ସୁରକ୍ଷା ବଳ)ରେ କାର୍ଯ୍ୟରତ ହାବିଲଦାର ମଧୁସୂଦନ ତ୍ରିପାଠୀଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲେ। ମଧୁସୂଦନଙ୍କଠାରୁ ନିଜର ଡ଼ାକ୍ତରୀ ପାଠ ଶେଷ କରିବା ପାଇଁ ୭୦ ହଜାର ଟଙ୍କା ନେଇ ଛୁ ହୋଇ ଯାଇଥିଲେ। ମଧୁସୂଦନ ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କଲା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହିପରି ଫେସବୁକରେ ଉଭୟ ଦମ୍ପତି ପ୍ରାୟ ୧୫ରୁ ଅଧିକ ବ୍ୟକ୍ତିଙ୍କ ଟଙ୍କା ଠକି ନେଇଥିବା ସୂଚନା ମିଳିଥିଲା। ଗତକାଲି ସନ୍ଧ୍ୟାରେ ପୁଲିସ୍ ପୁରୀ, ବୌଦ୍ଧ, ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କ ନିକଟରୁ ଉଭୟଙ୍କୁ ଗିରଫ କରିଛି। ଜେରା ସମୟରେ ଉଭୟ ଫେସବୁକରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଠକି ଥିବା ସ୍ବୀକାର କରିଥି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଫେସ୍ବୁକ୍ ବନ୍ଧୁତାରୁ ୫୦ ଲକ୍ଷ ଲୁଟ୍, ସ୍ବାମୀ-ସ୍ତ୍ରୀ ଲୁଟେରା ଗିରଫ
/sambad/media/post_attachments/wp-content/uploads/2019/04/Untitled-25-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)