ଫେସ୍‌ବୁକ୍‌ ବନ୍ଧୁଙ୍କଠାରୁ ଉପହାର ନେବା ଭାରୀ ପଡ଼ିଲା, ଠକି ନେଲେ ୬ଲକ୍ଷ ଟଙ୍କା

ପୁଣେ : ଫେସ୍‌ବୁକ୍‌ ବନ୍ଧୁଙ୍କ ଉପହାର ଆଶାରେ ଜଣେ ମହିଳା ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି । ପେଶାରେ ଶିକ୍ଷୟତ୍ରୀ ଥିବା ମୋହିନୀ ଆନନ୍ଦ ଯାଦବଙ୍କୁ ତାଙ୍କର ଫେସ୍‌ବୁକ୍‌ ବନ୍ଧୁ ଉପହାର ଦେବା ପାଇଁ କହି ୬ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏ ନେଇ ମୋହିନୀ ଏବେ ପୁଲିସରେ ଅଭିଯୋଗ କରିଛନ୍ତି ।

dallasnews.com

ସୂଚନା ମୁତାବକ, ମୋହିନୀ ଫେବୃଆରୀରେ ଜେମ୍ସ ସ୍ମିଥ୍‌ ନାମକ ଜଣେ ଯୁବକଙ୍କ ସହ ଫେସ୍‌ବୁକ୍‌ ଜରିଆରେ ସଂପର୍କରେ ଆସିଥିଲେ । ଏହା ପରେ ପରେ ଦୁହେଁ ନମ୍ବର ଦିଆ ନିଆ ହୋଇ ଫୋନରେ କଥା ହେବା ଆରମ୍ଭ କରିଥିଲେ । ଜେମ୍ସ ତାଙ୍କୁ ଉପହାର ଦେବାକୁ ଚାହୁଁଥିବା କଥା କହିବା ସହ ଭାରତକୁ କିଛି ଦିନ ଆସୁଥିବା କଥା କହିଥିଲେ । ମୋହିନୀ ଉପହାର ପାଇବା କଥା ଶୁଣି ଖୁସି ହୋଇ ଯାଇଥିବା ବେଳେ କିଛି ଦିନ ପରେ ଜଣେ ମହିଳା ଫୋନ କରି ସୀମା ଶୁଳ୍କ ବିଭାଗ(କଷ୍ଟମ)ରୁ କହୁଥିବା କହିଥିଲେ । ଏହା ପରେ ତୁମ ପାଇଁ ଆସିଥିବା ଉପହାର ପାଇଁ କିଛି ଟଙ୍କା ଦେବାକୁ ହେବ ବୋଲି ଜଣାଇଥିଲେ । ପରେ ମହିଳା ଦେଇଥିବା ବ୍ୟାଙ୍କ ବିବରଣୀ ଅନୁଯାୟୀ ମୋହିନୀ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଥିଲେ । କିନ୍ତୁ ପରେ ଜେମ୍ସ ଫୋନ ନ ଉଠାଇବା ସହ ସୀମା ଶୁଳ୍କ ବିଭାଗରୁ ଫୋନ କରିଥିବା ମହିଳାଙ୍କ ଫୋନ ମଧ୍ୟ ଲାଗି ନଥିଲା । କିଛି ଦିନ ଅପେକ୍ଷା କରିବା ପରେ ଏବେ ପୁଲିସରେ ଅଭିଯୋଗ କରିଛନ୍ତି ମୋହିନୀ ।

ସମ୍ବନ୍ଧିତ ଖବର