ନୂଆଦିଲ୍ଲୀ: କୁହାଯାଏ ଚୋର ବା ହତ୍ୟାକାରୀ ଯେତି ବି ଚାଲାକ ହେଉ ନା କାହିଁକି, ସେ ଅପରାଧ ଘଟାଇବା ପରେ କିଛି ନା କିଛି ପ୍ରମାଣ ଛାଡ଼ି ଯାଇଥାଏ। ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥାଏ। ଏଭଳି ଏକ ମାମଲା କର୍ଣ୍ଣାଟକରେ ଘଟିଛି। ନିଜ ସାଙ୍ଗକୁ ହତ୍ୟା କରିବା ଅପରାଧରେ ପୁଲିସ ଜଣେ ମହିଳାଙ୍କୁ ଫେସ୍ବୁକ୍ ପୋଷ୍ଟକୁ ଆଧାର କରି ଗିରଫ କରିଛି ।
ସୂଚନାଯୋଗ୍ୟ, ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳା ନିଜ ସାଙ୍ଗକୁ ହତ୍ୟା କରିବାର କିଛି ସମୟ ପୂର୍ବରୁ ତାହା ସହିତ ଏକ ସେଲଫି ଉଠାଇଥିଲା। ।ଏହି ଫଟୋକୁ ସେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲା। ଯାହା ହତ୍ୟାକାରୀକୁ ଧରିବା ପାଇଁ ପୁଲିସକୁ ସହଜ ହୋଇଥିଲା। ପୁଲିସ ଛାନ୍ଭିନ୍ କରି ଶେଷରେ ହତ୍ୟାକାରୀକୁ ଗିରଫ କରିଥିଲା।
କର୍ଣ୍ଣାଟକର ସକ୍ସେଚେବାନ ଅଞ୍ଚଳରେ ପୁଲିସ ୨ ବର୍ଷ ପୂର୍ବରୁ ଏକ ଅଳିଆଗଦା ପାଖରୁ ୧୮ବର୍ଷୀୟ ବ୍ରିଟନି ଗର୍ଗିଲଙ୍କ ମୃତଦେହ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ବ୍ରିଟନିଙ୍କ ଗଳା ଚିପି ହତ୍ୟା କରାଯାଇଛି। ଏହାପରେ ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲା। ଦିନେ ଆକସ୍ମିକ ଭାବେ ପୁଲିସର ନଜର ବ୍ରିଟନିର ୨୧ବର୍ଷୀୟ ସାଙ୍ଗ ଚେୟନେ ରୋଜ ଏଣ୍ଟାଇନଙ୍କ ଫେସ୍ବୁକ୍ ଆକାଉଣ୍ଟରେ ପଡ଼ିଲା।
ଏଣ୍ଟାଇନ୍ ନିଜର ଫେସ୍ବୁକ୍ ପେଜରେ ବ୍ରିଟନି ସହିତ ଏକ ସେଲଫି ପୋଷ୍ଟ କରିଥିଲେ। ପୁଲିସ ଛାନ୍ଭିନ୍ରୁ ଜାଣି ପାରିଲା ବ୍ରିଟନିଙ୍କ ହତ୍ୟାର କିଛି ସମୟ ପୂର୍ବରୁ ଏହି ଫଟୋ ସେୟାର କରାଯାଇଛି। ଏଯାବତ୍ ସବୁକିଛି ସାମାନ୍ୟ ଥିଲା, କିନ୍ତୁ ପୁଲିସର ନଜର ଫଟୋରେ ଥିବା ଏଣ୍ଟାଇନ୍ର ବେଲ୍ଟ ଉପରେ ପଡ଼ିଲା। ପୁଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେହି ବେଲ୍ଟ ବ୍ରିଟନିଙ୍କ ମୃତଦେହ ପାଖରେ ପଡ଼ିଥିବାର ପୁଲିସ ଦେଖିବାକୁ ପାଇଥିଲା। ଏହାପରେ ପୁଲିସ ଏଣ୍ଟାଇନ୍କୁ ପଚରାଉଚରା ପାଇଁ ପୁଲିସ ଷ୍ଟେସନ୍କୁ ନେଇଥିଲା। ଏଣ୍ଟାଇନ୍ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିଲା।
ଏଣ୍ଟାଇନ୍ ପୁଲିସକୁ କହିଥିଲା, ‘ମୁଁ ବ୍ରିଟନିକୁ ହତ୍ୟା କରିବା ରାତିରେ ପ୍ରଚୁର ମାତ୍ରାରେ ମଦ ପାନ କରିଥିଲି। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମୁଁ ନିଜ ରାଗକୁ ଆୟତ୍ତ କରି ନପାରି ବ୍ରିଟନିଙ୍କ ଗଳା ଚିପି ହତ୍ୟା କରିଥିଲି। ଏହାପରେ ବ୍ରିଟନିଙ୍କ ମୃତଦେହକୁ ଏକ ଅଳିଆ ଗଦା ନିକଟରେ ଫିଙ୍ଗି ଦେଇଥିଲି। ମୋର ଏପରି ଆଦୌ କରିବାର ନଥିଲା। କିପରି ମୋର ହାତରେ ଏସବୁ ହୋଗଲା ମୁଁ ଜାଣିନାହିଁ।
କୋର୍ଟ ଏହି ହତ୍ୟା ମାମଲାର ଶୁଣାଣି କରି ଏଣ୍ଟାଇନ୍କୁ ୭ବର୍ଷ ପାଇଁ ଜେଲଦଣ୍ଡର ଶୁଣାଣି କରିଛନ୍ତି।