ଜାତିକୁ ନେଇ ୩ ସହପାଠୀଙ୍କ କମେଣ୍ଟ ସହି ନ ପାରି ଆତ୍ମହତ୍ୟା କଲେ ମହିଳା ଡ଼ାକ୍ତରୀ ଛାତ୍ରୀ

ମୁମ୍ବାଇ : ମୁମ୍ବାଇରେ ଜଣେ ଡ଼ାକ୍ତରୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଜାତିକୁ ନେଇ ମୃତ ମହିଳାଙ୍କ ୩ଜଣ ସହପାଠୀ କମେଣ୍ଟ ମାରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ମୃତ ମହିଳାଙ୍କ ନାଁ ପାୟଲ ତାଡ୍‌ବୀ ବୋଲି ଜଣା ପଡ଼ିଥିବା ବେଳେ ସେ ଗାଇନେକୋଲୋଜିରେ ସ୍ନାତକତ୍ତୋର କରୁଥିଲେ  । ଏହି ଘଟଣା ପରେ ପାୟଲଙ୍କ ପରିବାର ଲୋକେ ୩ଜଣ ସହପାଠୀଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ପୁଲିସ ଅଭିଯୋଗ ପାଇ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

PBS

ପାୟଲଙ୍କ ଭାଇଙ୍କ କହିବା ଅନୁଯାୟୀ, ୩ଜଣ ଅଭିଯୁକ୍ତ ହ୍ଵାଟସ୍‌ଆପ୍‌ ଗ୍ରୁପରେ ପାୟଲଙ୍କୁ ଅସମ୍ମାନିତ କରୁଥିଲେ । ଛୋଟ ଜାତିର  ବୋଲି ତାଙ୍କୁ ଅପମାନ କରିବା ଭଳି  ଅନେକ କଥା କହୁଥିଲେ । ଏ ବିଷୟରେ ପାୟଲ ଆମକୁ କିଛି ଦିନ ତଳେ ଜଣାଇଥିଲା । କିନ୍ତୁ ସେ ଏଭଳି ପଦକ୍ଷେପ ନେବ ବୋଲି ଆମେ ବିଶ୍ୱାସ କରି ପାରୁ ନାହିଁ । ପୁଲିସରେ ଏ ନେଇ ଆମେ ଅଭିଯୋଗ କରିବା ସହ ହ୍ଵାଟସ୍‌ଆପ୍‌ ଚାଟ୍‌ର ସ୍କ୍ରିନସଟ୍‌ ମଧ୍ୟ ପ୍ରମାଣ ଆକାରରେ ଦେଇଛୁ ।

ସମ୍ବନ୍ଧିତ ଖବର