ଭୁବନେଶ୍ୱର: ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିିତ ବିହାରୀଜୀ କଣ୍ଟେନର୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରୁ ପ୍ରେସର୍ ଭାଲ୍ଭ ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୨ଜଣ କର୍ମଚାରୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୧୪୪ଟି ପେସର୍ ଭାଲ୍ଭ ଜବତ କରିଛି। ସେମାନେ ହେଲେ ପ୍ରଦ୍ୟୁମ୍ନ ପରିଡ଼ା(୨୭) ଓ ଶରତ ସ୍ୱାଇଁ(୨୫)। ପୁଲିସ ସୂଚନାମ ମୁତାବକ, ସୋମବାର ବିଳମ୍ବିତ ରାତିରେ ପ୍ରଦ୍ୟୁମ୍ନ ଓ ଶରତ ମିଶି ସଂସ୍ଥାରୁ ୧୪୪ଟି ପ୍ରେସର୍ ଭାଲ୍ଭ ନେଇଯାଇଥିଲେ। ମଙ୍ଗଳବାର ସକାଳୁ ଷ୍ଟୋର୍ରେ ପ୍ରେସର ଭାଲ୍ଭ ନଥିବା ଦେଖି ମ୍ୟାନେଜର ଚନ୍ଦ୍ର ମୋହନ ପଟ୍ଟନାୟକ କର୍ମଚାରୀଙ୍କୁ ପଚରା ଉଚରା କରିଥଇଲେ। ହେଲେ କେହି ମାନି ନଥିଲେ। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକ ଘଟଣାର ତଦନ୍ତ ଜାରି ରଖିଥିଲା। ଷ୍ଟୋରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିବା ବେଳେ ପୁଲିସ ପ୍ରଦ୍ୟୁମ୍ନ ଓ ଶରତକୁ ଚିହ୍ନଟ କରିଥିଲା। ଏହାପରେ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ପ୍ରେସର୍ ଭାଲ୍ଭ ଗୁଡ଼ିକୁ ଜବତ କରିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରିଛି।
କାରଖାନାରୁ ଚୋରି କରି ୨ କର୍ମଚାରୀ ଗିରଫ, ୧୪୪ଟି ପ୍ରେସର୍ ଭାଲ୍ଭ ଜବତ
/sambad/media/post_attachments/wp-content/uploads/2018/01/df52baf2-207b-11e7-beb7-f1cbdf0743d8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)