ପୁରୁଣା ଭୁବନେଶ୍ବର: ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ଜଣେ ପୁରୁଣା ଦାଗୀଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେ ହେଲା, ପିପିଲି ଥାନା ଅଧୀନ ଦାନଗୋହିରୀ ନୂଆଗାଁ ଛକ ଅଞ୍ଚଳର ମୁନ୍ନା ଓରଫ ଆୟୁବ ଖାଁ (୪୦)। ପୁଲିସ ସୂଚନା ଅନୁଯାୟୀ, ଗତକାଲି ଆୟୁବ ଓ ତା’ର ୨ ସହଯୋଗୀ ପୁଲିସକୁ ଦେଖି ବାଇକ୍ରେ ଫେରାର୍ ହେବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ନୂଆଗାଁ କେନାଲ ନିକଟ ଅନ୍ଧାରିଆ ରାସ୍ତାରେ ପୁଲିସ ଆୟୁବକୁ କାବୁ କରି ନେଇଥିଲା। ତାକୁ ପଚରାଉଚରା କରିବାରୁ ସେମାନେ ରାଜଧାନୀରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ ବୋଲି କହିଥିଲା।
ଡକାୟତି ଉଦ୍ୟମ ପଣ୍ଡ ଜଣେ ଗିରଫ, ଦୁଇ ଫେରାର
/sambad/media/post_attachments/wp-content/uploads/2019/09/call_centre_arrested_l-1.jpg)