ପ୍ରେମରେ ବିଫଳ ହୋଇ ଯୁବକର ଉନ୍ମତ୍ତ କାଣ୍ଡ: ଯୁବତୀଙ୍କ ଜଂଘ କାଟିଦେଲା

ଧଉଳି: ଏକତରଫା ପ୍ରେମରେ ବିଫଳ ଜଣେ ଉନ୍ମତ୍ତ ଯୁବକ ନିଜ ପାଖରେ ରଖିଥିବା ଛୁରିରେ ଜଣେ ଯୁବତୀଙ୍କ ଜଂଘ କାଟିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପରିବାର ଲୋକ ସେଠାରୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ତେବେ ଯୁବତୀଙ୍କୁ ଆକ୍ରମଣ କରି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ମଧ୍ୟ ସ୍ଥାନୀୟ ଲୋକ କାବୁ କରି ନେଇ ନିର୍ଧୁମ୍‌ ଛେଚିଛନ୍ତି। ଲୋକଙ୍କ ମାଡ଼ରେ ଯୁବକର ବାମ ହାତରେ ଗଭୀର ଆଘାତ ଲାଗିବା ସହ କ୍ଷତାକ୍ତ ହୋଇଛି। ଖବର ପାଇ ଉତ୍ତରା ଫାଣ୍ଡି ପୁଲିସ ସଂପୃକ୍ତ ଯୁବକକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିବା ସହିତ ଚିକିତ୍ସା ଲାଗି ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି। ଅଭିଯୁକ୍ତ ଯୁବକ ଜଣକ ହେଲା ଆକାଶ କାନୁନ୍‌ଗୋ (୨୩ )। ପୁଲିସ ସୂଚନା ମୁତାବକ ତାଙ୍କ ନିଜ ଘର କାକଟପୁର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମରେ। କିନ୍ତୁ ସେ ପିପିଲି ଥାନା ଅଞ୍ଚଳରେ ନିଜ ମାଉସୀ ଘରେ ରହେି। ସେହିପରି ଯୁବତୀ ଜଣକ ଘର ସ୍ଥାନୀୟ ଅଞ୍ଚଳରେ। ସେ କଲେଜକୁ ଯିବା ଆସିବା କରିବା ସମୟରେ ଆକାଶ ତାଙ୍କୁଏକତରଫା ଭାବେ ଭଲ ପାଇ ବସିଥିଲା ଏବଂ ବାରମ୍ବାର ତାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ହେଲେ ଯୁବତୀ ଜଣକ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଆକାଶ ପ୍ରତିଶୋଧ ନେବାକୁ ମନସ୍ଥ କରିଥିଲା। ଆଜି ପୂର୍ବାହ୍ନରେ ଆକାଶ ଉତ୍ତରା ଫାଣ୍ଡି ଅଧୀନ ଏକଚାଳିଆ ଛକରେ ଯୁବତୀଙ୍କୁ ଅପେକ୍ଷା କରି ରହିଥିଲା। ଯୁବତୀ ଜଣକ ଗାଁରୁ ବାହାରି ସାଇକେଲ୍‌ରେ ସେଇ ରାସ୍ତାରେ ଯାଉଥିବାବେଳେ ଆକାଶ ଯୁବତୀଙ୍କୁ ଦେଖି ସେଠାରେ ଅଟକାଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବିଚ୍‌ ରାସ୍ତାରେ ଭୀଷଣ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆକାଶ ପକେଟ୍‌ରୁ ଏକ ଛୁରି ବାହାର କରି ଯୁବତୀଙ୍କ ବାମପଟ ଜଙ୍ଘକୁ ଦୁଇ ଥର ଆକ୍ରମଣ କରଥିଲା । ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ଆକାଶକୁ କାବୁ କରି ନେଇଥିଲେ। ଏହାପରେ ସେମାନେ ଆକାଶକୁ ନିର୍ଧୁମ ମାଡ଼ମାରି ଉତ୍ତରା ଫାଣ୍ଡି ଅଧିକାରୀ ବେଣୁଧର ରାୟଙ୍କ ଜିମା ଦେଇଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଆକାଶକୁ ପଚରାଉଚରା କରୁଥିବାବେଳେ ଏକ ରଙ୍ଗ ନମ୍ବରରେ କଲ୍‌ରୁ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିବା ନେଇ ଆକାଶ ପୁଲିସ ଆଗରେ ବୟାନ ଦେଇଛି ଆସନ୍ତକାଲି ଆକାଶକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର