ଭୁବନେଶ୍ୱର: ପରୀକ୍ଷା ଥିଲା ଅସଲି, କିନ୍ତୁ ପରୀକ୍ଷାର୍ଥୀ ଥିଲା ନକଲି। ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଛନ୍ତି ନକଲି ପରୀକ୍ଷାର୍ଥୀ। ଜଣେ ପରୀକ୍ଷାର୍ଥୀ ବଦଳରେ ରାଜସ୍ଥାନର ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି। ଭୁବନେଶ୍ୱର ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିରରେ ଚାଲିଥିବା ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଏହା ସାମନାକୁ ଆସିଛି। ପରୀକ୍ଷା ଖାତାରେ ନିଜ ନାମ ଭୁଲ ଲେଖିବାରୁ ଜଣା ପଡିଲା ପରୀକ୍ଷାର୍ଥୀ ଜଣକ ନକଲି।
ଧରାପଡିଲା ନକଲି ପରୀକ୍ଷାର୍ଥୀ। ରାଜସ୍ଥାନରୁ ଆସିଥିଲା ଭୁବନେଶ୍ୱର। ନାଁ - ଆଦର୍ଶ ଚୌଧୁରୀ, ଘର - ରାଜସ୍ଥାନର ଶିକାର ଜିଲ୍ଲାରେ। ଆଦର୍ଶ ଜଣେ ମେଧାବୀ ଛାତ୍ର। ନିଟ୍ କ୍ୱାଲିଫାଏ କରିଛନ୍ତି ଏବଂ ୭୫ ପ୍ରତିଶତ ମାର୍କ ରଖିଥିବା ବାୟୋଲୋଜି ଛାତ୍ର। ଘରେ ଅଭାବ ଥିବାରୁ ଟଙ୍କା କମାଇବା ଲକ୍ଷ୍ୟରେ ଆଦର୍ଶ ପାଲଟିଥିଲେ ନକଲି ପରୀକ୍ଷାର୍ଥୀ। ଅର୍ଥାତ ଟଙ୍କା ନେଇ ଜଣକ ପାଇଁ ପରୀକ୍ଷା ଦେବା ପାଇଁ ରାଜସ୍ଥାନରୁ ଆସିଥିଲେ ରାଜଧାନୀ ଭୁବନେଶ୍ୱର।
/sambad/media/post_attachments/wp-content/uploads/2019/04/ouat.jpg-f.jpg)
ଡିଲ ହୋଇଥିଲା ୫ ଲକ୍ଷ ଟଙ୍କା। ଗୋପର ଜଣେ ଛାତ୍ରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଡିଲ କରିଥିଲେ ଦଲାଲ୍ ଅମିୟ ଭୁଷଣ ଏବଂ ରଂଜିତ ବେଉରା। ନକଲି ପରୀକ୍ଷାର୍ଥୀ ଯୋଗାଡ ପାଇଁ ଏହି ୨ ଜଣ ୫ ଲକ୍ଷ ଟଙ୍କା ନେବେ ବୋଲି ଡିଲ୍ କରିଥିଲେ। ଅମିୟ ଏବଂ ରଂଜିତ ଏଥିପାଇଁ ବିହାରର ଅମିତ ସିଂହଙ୍କ ସହଯୋଗ ନେଇଥିଲେ। ବିହାରୀ ଦଲାଲକୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଚୁକ୍ତି କରିିଥିଲେ। ସେହିପରି ଡମି ପରୀକ୍ଷାର୍ଥୀ ଆଦର୍ଶଙ୍କୁ ଦେଢ ଲକ୍ଷ ଟଙ୍କା ଦେବା ଲାଗି ପ୍ରତିଶ୍ରୁତି ଦେଇ ଓଡ଼ିଶା ଆଣିଥିଲେ ଅମିତ ସିଂହ।
ତେବେ ସବୁକିଛି ଜଣାପଡ଼ିଥିଲା, ଯେତେବେଳେ ପରୀକ୍ଷା ଖାତାରେ ନିଜ ନାଁ ଭୁଲ ଲେଖିଥିଲେ ନକଲି ପରୀକ୍ଷାର୍ଥୀ। ଖଣ୍ଡିଗିରି ଥାନା ପୁଲିସ ଏହି ନକଲି ପରୀକ୍ଷାର୍ଥୀଙ୍କ ସହ ୪ ଜଣଙ୍କୁ ଗିରଫ କରିଥିବା ବେଳେ, ବଡଗଡ ଥାନା ପୁଲିସ ଜଣେ ନାବାଳକକୁ ଅଟକ ରଖିଛି। ତେବେ ଏହି ନକଲି ପରୀକ୍ଷାର୍ଥୀଙ୍କ ନେଟୱର୍କ କେତେ ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ଅଧିକ ତନାଘନା କରୁଛି କମିସନରେଟ୍ ପୋଲିସ।