କାର୍‌ ଋଣ ଠକେଇ: ଦୁଇ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ଭୁବନେଶ୍ୱର: ଆଜି ସିବିଆଇ ସ୍ୱତନ୍ତ୍ର ସିଜେଏମ୍‌ କୋର୍ଟ ଏକ କାର୍‌ ଋଣ ଠକେଇ ମାମଲାର ଶୁଣାଣି କରି ଦୁଇ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବା ସହିତ ଉଭୟଙ୍କୁ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ସୁବ୍ରତ ଦାସ ଓ ଅଶ୍ୱିନୀ କୁମାର ରାୟ। ୟୁନିଟ-୧ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୨୦୦୩ ମସିହାରେ ଅଶ୍ୱିନୀ ଏକ କାର୍‌ ଋଣ ବାବଦରେ ୪ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ବ୍ୟାଙ୍କ୍‌ ପକ୍ଷରୁ ପରବର୍ତୀ ସମୟରେ ଜଣାପଡ଼ିଥିଲା କି, ଅଶ୍ୱିନୀ ଜାଲ୍‌ କାଗଜପତ୍ର ବଳରେ ଏଭଳି ଠକେଇ କରିଛନ୍ତି। ସେହିପରି ସୁବ୍ରତ ଦାସ ମଧ୍ୟ ଜାଲ୍‌ କାଗଜପତ୍ର ବଳରେ ବ୍ୟାଙ୍କରୁ ୪.୯୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏଭଳି ଠକେଇ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ୨୦୦୫ ମସିହାରେ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ଏହାର ତଦନ୍ତ ରିପୋର୍ଟ ଦେବା ପରେ ମାମଲାର ଶୁଣାଣି ଚାଲିଥିଲା। ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟ ୧୬ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି ଉପୋରକ୍ତ ରାୟ ଶୁଣାଇଛନ୍ତି। ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ଆଇନଜୀବୀ ମହମ୍ମଦ ଜିଆଉଲ ହକ୍‌ ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର