ଚାକିରି ପାଇଁ ଜାଲ୍‌ ଜାତିଗତ ସାର୍ଟିଫିକେଟ୍‌ ଦେଇ ଫସିଲେ ପୂର୍ବତନ ଭାରତୀୟ ହକି ଅଧିନାୟକ ଏନ୍‌ ମୁକେଶ କୁମାର

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ହକି ଅଧିନାୟକ ଏନ୍‌ ମୁକେଶ କୁମାରଙ୍କ ନାମରେ ଏକ ଜାଲିଆତି ମାମଲା ରୁଜୁ ହୋଇଛି। ଜାଣିବାକୁ ମିଳିଛି ଯେ ମୁକେଶ କୁମାର ଜାଲ୍‌ ଅନୁସୂଚିତ ଜାତି(ଏସ୍‌ସି) ସାର୍ଟିଫିକେଟ୍‌ ଦେଖାଇ ଚାକିରି ପାଇଥିଲେ। କେବଳ ସେ ନୁହଁନ୍ତି, ତାଙ୍କ ଭାଇ ବି ଏହି ଜାଲିଆତି ମାମଲାରେ ସଂପୃକ୍ତ ଥିବା ଜାଣିବାକୁ ମିଳିଛି। ସେ ଏହି ଜାଲ୍‌ ସାର୍ଟିଫିକେଟ ସାହାଯ୍ୟରେ ସେ ଏୟାର୍‌ଲାଇନ୍ସରେ ଚାକିରି ପାଇଥିଲେ ବୋଲି ସୂଚନା ରହିଛି।

ଜଣେ ସ୍ଥାନୀୟ ତହସିଲ୍‌ଦାର୍‌ ଏ ସଂପର୍କରେ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଭାରତୀୟ ପିଙ୍ଗଳ କୋଡର ଠକେଇ ମାମଲା ଅଧୀନରେ ମୁକେଶ କୁମାର ଓ ତାଙ୍କ ଭାଇ ସୁରେଶ କୁମାରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

ଅର୍ଜୁନ ପୁରସ୍କାର ବିଜେତା ମୁକେଶ କୁମାର ନକଲି ଏସ୍‌ସି ‘ଏ’ ସାର୍ଟିଫିକେଟ୍‌ ଦେଇ ରାଜ୍ୟ ପରିଚାଳିତ ଏୟାର୍‌ ଲାଇନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ପୂର୍ବରୁ ଏହି ମାମଲାର ତଦନ୍ତ କରବା ପାଇଁ ଏୟାର୍‌ଲାଇନସ୍‌୍‌ ପକ୍ଷରୁ ହାଇଦ୍ରାବାଦ୍‌ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର