ଜାଲ୍‌ ପ୍ରମାଣପତ୍ର ଦେଇ ଠକେଇ

ଭୁବନେଶ୍ୱର : ଜଣେ ମହିଳାଙ୍କୁ ଅସଲି୍‌ ପ୍ରମାଣପତ୍ର ଦେବା ବଦଳରେ ଜାଲ ସାର୍ଟିଫିକେଟ୍‌ ଦେଇ ଠକେଇ କରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ରୀତା ବାର୍ଲୋ ଥାନାରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୧୫ ସେପ୍ଟେମ୍ବର ୧ ତାରିଖରେ ଆଚାର୍ଯ୍ୟ ବିହାର ସ୍ଥିତ ଏକ ବୈଷୟିକ ଶିକ୍ଷାନୁଷ୍ଠାନରେ ଦୂର ନିରନ୍ତର ଶିକ୍ଷା ପାଇଁ ଇଂରାଜୀ ଏମ୍‌ରେ ନାମଲେଖାଇଥିଲେ। ତେବେ ସେ କୌଣସି ପରୀକ୍ଷା ଦେଇ ନଥିଲେ ମଧ୍ୟ ତାଙ୍କୁ ୨୦୧୬ ମସିହାରେ ଏକ ପ୍ରମାଣପତ୍ର ଦିଆଯାଇଥିଲା। ତେବେ ସେଥିରେ ସେ ୨୦୧୦-୧୧ ଓ ୧୧-୧୨ ବର୍ଷର ଛାତ୍ରୀ ଦର୍ଶାଇ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା।

ରୀତା ସାର୍ଟିଫିକେଟ୍‌ରେ ୨୦୧୦ ମସିହା କଥା ଜାଣିବା ପରେ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ, ଯେ ମୁଁ ୨୦୧୫ ମସିହାରେ ନାମଲେଖାଇ ଥିଲେ ମଧ୍ୟ କିପରି ମୋତେ ୨୦୧୦ ମସିହାର ସାର୍ଟିଫିକେଟ୍‌ ଦିଆଯାଇଛି। ସାର୍ଟିଫିକେଟ୍‌ରେ ଭୁଲ ଥିବା କହି କର୍ତ୍ତୃପକ୍ଷ ରୀତାଙ୍କଠାରୁ ସାର୍ଟିଫିକେଟ୍‌ ନେଇଯାଇଥିଲେ। ତେବେ ସାର୍ଟିଫିକେଟ୍‌ ନେବାର ୨ବର୍ଷ ପରେ ରୀତାଙ୍କୁ ଆଉ ଏକ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍‌ ଦେଇଥିଲେ। ସେଥିରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାର୍ଟିଫିକେଟ୍‌ରେ ରୀତା ୨୦୧୩-୧୪ ଓ ୧୪-୧୫ ମସିହାରେ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା। ଏହାକୁ ନେଇ ରୀତା ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର