ଭୁବନେଶ୍ୱର: ସରକାରୀ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପିଆଣ୍ଡଏ ସିକ୍ୟୁରିଟି ସଂସ୍ଥାର ମୁଖ୍ୟ ଅଶୋକ ମିଶ୍ରଙ୍କୁ ଗିରଫ ଦାବିରେ ଆଜି କ୍ରାନ୍ତି ଓଡ଼ିଶା ପକ୍ଷରୁ ଲକ୍ଷ୍ମୀସାଗର ଥାନା ଘେରାଉ କରାଯାଇଥିଲା। କ୍ରାନ୍ତି ଓଡ଼ିଶା ସଭାପତି ଗଙ୍ଗାଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଯୁବକ ସାମିଲ ହୋଇ ଥାନା ଘେରାଉ କରିଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। ଦୀର୍ଘ ୭ ବର୍ଷ ହେବ ଅଶୋକ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପି ଆଣ୍ଡ ଏ ନାମକ ଏକ ସିକ୍ୟୁରିଟି ସଂସ୍ଥାକରି ଟଙ୍କା ଲୁଟି ଚାଲିଥିଲା। ଚାକିରି ପାଇଁ ଆବେନ କରୁଥିବା ଆବେଦନକାରୀଙ୍କୁ ସରକାରୀ ଚାକିରି କରାଇଦେବ ବୋଲି କହି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲା। ସେମାନଙ୍କୁ ବିଭିନ୍ନ ସଂସ୍ଥାରେ ୨-୩ ମାସ ଚାକିରି ଦେବା ପରେ ଦରାମା ଦେଉ ନଥିଲା। ଦରମା ମାଗିବାରୁ ସେମାନଙ୍କୁ ଧମକ ଚମକ ଦେଇ ଚାକିରିରୁ ବାହାର କରିଦେଉଥିଲା। ଏନେଇ ଆବେଦନକାରୀମାନେ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ପ୍ରତିବାଦରେ ଆଜି ଆବେଦନକାରୀମାନେ ଥାନା ଘେରାଉ କରିବା ସହ ଅଶୋଙ୍କ ଗିରଫ ଦାବି କରିଛନ୍ତି। ଯଦି ତାକୁ ତୁରନ୍ତ ଗିରଫ କରା ନଯାଏ ସେମାନେ ଡିସିପି ଅଫିସ୍ ଘେରାଉ କରିବା ସହ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ
ଗିରଫ ଦାବିରେ ଥାନା ଘେରାଉ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)