ବରଗଡ଼/ପଦ୍ମପୁର: ପୁଣି ବରଗଡ଼ ପୁଲିସ ଖାକିରେ ଦାଗ ଲାଗିଛି। ବିଳମ୍ବରେ ମିଳିଥିବା ସୂଚନା ଅନୁସାରେ ଘଟଣାଟି ଗତ ୨୪ ତାରିଖ ରାତିର। ହାବିଲଦାର ଶ୍ୟାମ ସୁନ୍ଦର ଦୀପ ପୁଲିସ୍ ବର୍ଦ୍ଦିରେ ଥାଇ ଦର୍ଲିଗୁଡ଼ା ଗାଁର ମାଣିକ ଦାଶ, ସୁଦାମ ବରିହା ଏବଂ ଅନ୍ୟ ୨ଜଣଙ୍କୁ ସାଂଗରେ ନେଇ ଗୋଟିଏ ଜାଇଲୋ ଗାଡ଼ିରେ ବିରିପାଲି ଯାଇଥିଲେ। ସେଠାରେ ଲକ୍ଷ୍ମଣ ବେହେରାଙ୍କୁ ଡାକି ସେମାନେ ନିଜକୁ ପୁଲିସ୍ର ସ୍ବତନ୍ତ୍ର ସ୍କ୍ବାଡ୍ ବୋଲି ପରିଚୟ ଦେଇଥିଲେ। ଘର ତଲାସି ହେବ ବୋଲି କହି ଛାନଭିନ୍ କରିଥିଲେ। ତଲାସି ବାହାନାରେ ୨୦ହଜାର ଟଙ୍କା, ସୁନା ମୁଦି ଓ ଚେନ୍ ନେଇ ପଳାଇଥିଲେ। ହେଲେ ଏମାନଙ୍କ କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀ ଅଭିଯୁକ୍ତମାନଙ୍କୁ ପୁଲିସ୍ ଜିମାରେ ଦେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏ ନେଇ ବୋଡ଼େନ ପୁଲିସ୍ ରେ ମାମଲା ରୁଜୁ କରିଛି। ଗିରଫ ହାବିଲଦାର୍ ଶ୍ୟାମ୍ ସୁନ୍ଦରଙ୍କ ବିରୋଧରେ ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ମୁକେଶ ଭାମୁ ସୂଚନା ଦେଇଛନ୍ତି।
ବରଗଡ଼: ପୁଣି ଖାକିରେ ଦାଗ, ସ୍କ୍ବାଡ୍ ନାଁରେ ଟଙ୍କା, ସୁନା ଲୁଟ୍
/sambad/media/post_attachments/wp-content/uploads/2019/06/20_08_2018-loot.jpg)