ଚାକିରି କରାଇଦେବାକୁ କହି ୩ଲକ୍ଷ ଠକେଇ, ନକଲି କ୍ରୀଡ଼ା ଅଧିକାରୀ ଗିରଫ

ଭୁବନେଶ୍ବର : ଚାକିରି କରାଇଦେବାକୁ କହି ୩ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ନକଲି କ୍ରୀଡ଼ା ଅଧିକାରୀକୁ ଗିରଫ କରିଛି। ସେ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ନରିଲୋ ଅଞ୍ଚଳର ପ୍ରଶାନ୍ତ ନାୟକ(୫୧)। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ନୂଆପଲ୍ଲୀ ସିବିଆଇ କଲୋନିର ଚିତ୍ତରଂଜନ ବାରିକ ନାମକ ଯୁବକଙ୍କ ସହ ପ୍ରଶାନ୍ତର ଭେଟ ହୋଇଥିଲା। ପ୍ରଶାନ୍ତ ନିଜକୁ କ୍ରୀଡ଼ା ବିଭାଗର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ଚିତ୍ତରଂଜନଙ୍କୁ କ୍ରୀଡ଼ା ବିଭାଗରେ ଚାକିରି କରାଇଦେବ ବୋଲି କହିଥିଲା। ଏଥିପାଇଁ ତାଙ୍କଠାରୁ ଗତ ଜୁଲାଇ ୧୩ରୁ ଅଗଷ୍ଟ ୩୧ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ଟଙ୍କା ନେଇଥିଲା। ତେବେ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା। ଏନେଇ ଚିତ୍ତରଂଜନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର