ଅଜମେର: ଅଜମେରରେ କିସାନଗଢ଼ ସହର ଥାନା ପୁଲିସ ଜଣେ ସ୍କୁଲ ଛାତ୍ରର ଅପହରଣ କହାଣୀ ମାମଲାର ପର୍ଦ୍ଦାଫାସ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସ୍କୁଲରେ ପାଠପଢ଼ୁ ଥିବା ଜଣେ ଛାତ୍ର ପାଠପଢ଼ା ଭୟରେ ଏକ ଅପହରଣ କାହାଣୀ ଗଢ଼ି ପରିବାରବର୍ଗ ଦ୍ୱାରା ପୁଲିସରେ ମକଦ୍ଦମା ରୁଜୁ କରାଇଥିଲା।

Advertisment

ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ଏପରି, ସ୍କୁଲ ଛୁଟି ପରେ ଛାତ୍ର ଗାଡ଼ିରେ ବସି କିସାନ୍‌ଗଢ଼ରୁ ଅଜମେର ଚାଲି ଯାଇଥିଲା। ବ୍ୟାଗରେ ଥିବା ପୁସ୍ତକକୁ ଛାତ୍ର ବସ୍‌ ଷ୍ଟାଣ୍ଡ ପାଖରେ ଥିବା ଗାଢ଼ାରେ ଫିଙ୍ଗି ଦେଇଥିଲା। ଏହାପରେ ଖାଲି ବ୍ୟାଗ ନେଇ ଜେଏଲଏନ୍‌ ମାର୍ଗ ପହଞ୍ଚିଥିଲା। କିଛି ସମୟରେ ପରେ ବ୍ୟାଗକୁ ସେଠାରେ ରଖି କଲେକ୍ଟରରେ ପହଞ୍ଚି ସେଠାରେ କାନ୍ଦିବାକୁ ଲାଗିଥିଲା।

ପୁଲିସ ଚୌକି କଲେକ୍‌ଟ୍ରେଟ୍‌ କର୍ମୀ ସେହି ପିଲାଙ୍କୁ ପୁଲିସ ଥାନା ଆଣିଥିଲେ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପିଲାଠାରୁ ପରିବାର ଲୋକେ ଯାହା ଶୁଣିଥିଲେ ସେ ଅନୁଯାୟୀ ତିନିଜଣ ଅଚିହ୍ନା ଯୁବକଙ୍କ ନାମରେ ଛାତ୍ରକୁ ବଡଗ୍ରାମରୁ ଗାଡ଼ିରୁ ଅପହରଣ କରିଥିବା ନେଇ ପୁଲିସରେ ମାମଲା ରୁଜୁ କରିଥିଲେ। ପୁଲିସ ପସ୍କୋ ଆକ୍ଟରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। ପୁଲିସ ମାମଲା ଯେତେବେଳେ ଯାଞ୍ଚ କରିଥିଲା ସିସିଟିଭି ଫୁଟେଜ ଛାନ୍‌ଭିନ୍‌ କରିଥିଲା। ଏହି ଛାନ୍‌ଭିନ୍‌ ସମୟରେ ପୁଲିସକୁ ଛାତ୍ରର କଥାରେ ସନ୍ଦେହ ହୋଇଥିଲା। ଏହାପରେ ଛାତ୍ରକୁ ପଚରାଉଚରା ସମୟରେ ସତ୍ୟତା ସାମ୍ନାକୁ ଆସିଥିଲା। ଓ ଅପହରଣ କାହଣୀ ରଚିଥିବା ଛାତ୍ର ସ୍ୱୀକାର କରିଥିଲା।