ରାୟପୁର: ଛତିଶଗଡ଼ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫଳହାରି ବାବାଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ଛତିଶଗଡ଼ର ବିଲାସପୁର ଜିଲ୍ଲାରେ ରହୁଥିବା ଜଣେ ଯୁବତୀଙ୍କୁ ଫଳହାରି ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ବାବାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଶରୀର ଅସୁସ୍ଥ ବୋଲି କହି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ବାବାଙ୍କ ଶରୀରବସ୍ଥା ଠିକ୍ ଅଛି ବୋଲି ସୂଚନା ମିଳିବା ପରେ ଶନିବାର ପୁଲିସ ଫଳହାରି ବାବାଙ୍କୁ ଘରୋଇ ହସ୍ପିଟାଲରୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଛି। ଏକ ୫ଜଣିଆ ଡାକ୍ତରି ଟିମ୍ ଫଳହାରି ବାବାଙ୍କୁ ଚିକିତ୍ସା କରି ରିପୋର୍ଟ ଦେଲା ପରେ ପୁଲିସ ପଚାରଉଚରା ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/baba_falahari_story_647_092317024221.jpg)